Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୂର୍ତ୍ତ ବିଭାଗ ଅଧୀନରେ ଶିଳ୍ପାଞ୍ଚଳ ରାସ୍ତା!

    Share on :
    ajab-Image
    Date: Oct 14, 2021    Views: 4125


    ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ଶିଳ୍ପାଞ୍ଚଳର ୩୦ଫୁଟର ଅଧିକ ଓସାର (୯ମିଟରରୁ ଅଧିକ) ରାସ୍ତା ଖୁବ ଶୀଘ୍ର ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେବ । ପୂର୍ତ୍ତ ବିଭାଗ ଉକ୍ତ ରାସ୍ତାଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ ଏହାର ଉନ୍ନତୀକରଣ କରିବ । ଏ ନେଇ ଇଡକୋ ପକ୍ଷରୁ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଖୁବଶୀଘ୍ର ପୂର୍ତ୍ତ ବିଭାଗ ଏହା ଉପରେ ମୋହର ମାରିବ ବୋଲି ଜଣାପଡ଼ିଛି । ଏବେ ଇଡକୋ ଅଧୀନରେ ରାଜ୍ୟର ସମସ୍ତ ଶିଳ୍ପାଞ୍ଚଳର ରାସ୍ତା ଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉନଥିବାରୁ ରାସ୍ତାଗୁଡ଼ିକ ଶୋଚନୀୟ ହୋଇଯାଇଛି । ଏହାବାଦ୍ ପ୍ରତି ରାସ୍ତା କଡ଼ରେ ଡ୍ରେନ୍ ନିର୍ମାଣ ହେବାର ନିୟମ ଥିଲେ ହେଁ ଇଡକୋ ଏହାକୁ କରୁନି । ଇଡକୋ କର୍ତ୍ତୃପକ୍ଷ ଅର୍ଥାଭାବ ଦର୍ଶାଇ ରାସ୍ତା ମରାମତି ଓ ଉନ୍ନତୀକରଣ କରୁନଥିବାରୁ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ଅପରପକ୍ଷେ ଏବେ ଇଡକୋ ସିଏମଡି ଏବଂ ପୂର୍ତ୍ତ ବିଭାଗର ସଚିବ ପଦବିରେ ଜଣେ ଅଧିକାରୀ ଥିବାରୁ ଇଡକୋର ଏହି ପ୍ରସ୍ତାବ ଉପରେ ଖୁବ ଶୀଘ୍ର ଚୂଡ଼ାନ୍ତ ମୋହର ବାଜିବ ବୋଲି କୁହାଯାଉଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook