Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପନ୍ତ ପିନ୍ଧିଛନ୍ତି ୧୭ନମ୍ବର ଜର୍ସି

    Share on :
    ajab-Image
    Date: Nov 18, 2021    Views: 4058

    ଜୟପୁର: ଗତକାଲି ଭାରତ ଓ ନୁ୍ୟଜଲାଣ୍ଡ ମଧ୍ୟରେ ହୋଇଥଇବା ପ୍ରଥମ ଟି-୨୦ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଚମକôାର ଇନିଂସ୍ ଆଧାରରେ ଭାରତୀୟ ଦଳ ନିୁ୍ୟଜଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି । 
    ୨୪ବର୍ଷୀୟ ରିଷଭ ପନ୍ତ ଚୌକା ମାରି ଭାରତୀୟ ଦଳକୁ ବିଜୟ ଆଣିଛିନ୍ତି । ଭାରତୀୟ ଦଳର ଫିନିଶର ଭାବେ ପନ୍ତ ଖେଳିଛନ୍ତି । ୨୦୧୭ରେ ଭାରତ ପାଇଁ ଡେବୁ୍ୟ କରିଥିବା ପନ୍ତ ସମସ୍ତ ତିନିଟି ଫର୍ମାଟରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳୀ ହୋଇପାରିଛନ୍ତି । 


    ତେବେ ନିୁ୍ୟଜଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ପନ୍ତଙ୍କ ୧୭ ନମ୍ବର ସହ ଏକ ବିଶେଷ ସଂଯୋଗ ହୋଇଥିଲା । ବିସ୍ଫୋରକୁ ବ୍ୟାଟ୍ସମ୍ୟାନ ପନ୍ତ ୧୭ନମ୍ବର ଜର୍ସି ପିନ୍ଧିଛନ୍ତି । ଗତକାଲି ପନ୍ତ ୧୭ଟି ବଲ୍ରେ ୧୭ରନରେ ଅପରାଜିତ ରହିଥିଲେ । ଗତକାଲି ୧୭ ତାରିଖରେ ୧୭ରନ୍ କରିଛନ୍ତି ରିଷଭ ପନ୍ତ । ଏହା ସହିତ ପନ୍ତ ୧୦୧୭ ମସିହାରେ ଡେବୁ୍ୟ ମଧ୍ୟ କରିଥିଲେ । ତେଣୁ ପନ୍ତଙ୍କ ଲକି ନମ୍ବର ୧୭ ବୋଲି କୁହାଯାଉଛି ଓ ପନ୍ତଙ୍କର ୧୭ନମ୍ବର ସହ ଏକ ବିଶେଷ ସଂଯୋଗ ରହିଛି ।   

    Maximum 500 characters

    ଖେଳ ଖବର View all

    Find Us on Facebook