Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜେଲ ଭିତରେ ରକ୍ତାକ୍ତ ସଂଘର୍ଷ: ୧୦ ମୃତ, ୧୬ ଆହତ

    Share on :
    ajab-Image
    Date: Oct 9, 2026    Views: 3275

    ମେକ୍ସିକୋ: ମେକ୍ସିକୋର ସିନାଲୋଆ ରାଜ୍ୟରେ ଥିବା ଏକ ଜେଲରେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟିଛି। ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଗୋଟିଏ ସପ୍ତାହ ଭିତରେ ମେକ୍ସିକୋ ଜେଲରେ ଏପରି ଦ୍ୱିତୀୟ ବଡ଼ ହିଂସାକାଣ୍ଡ ଘଟିଛି। ମେକ୍ସିକୋର ଉତ୍ତର-ପଶ୍ଚିମାଞ୍ଚଳରେ ଥିବା ସିନାଲୋଆ ରାଜ୍ୟର ମାଜାଟ୍‌ଲାନ୍ ସହରସ୍ଥିତ 'ଏଲ୍ କାଷ୍ଟିଲୋ' ପେନିଟେନିଆରୀ ଜେଲ ଭିତରେ କଏଦୀମାନଙ୍କ ପରିବାରବର୍ଗଙ୍କ ସାକ୍ଷାତ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ହଠାତ୍ ଏହି ହିଂସାକାଣ୍ଡ ହୋଇଥିଲା।

    ସିନାଲୋଆର ଜନସୁରକ୍ଷା ସଚିବ ସିନୁହେ ଟେଲେଜଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୯ ଜଣ କଏଦୀ ଓ ଜଣେ ନାବାଳକ ଭିଜିଟର୍ ଅଛନ୍ତି। ଏହା ବ୍ୟତୀତ ଆହତ ହୋଇଥିବା ୧୬ ଜଣ କଏଦୀଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଖବର ପାଇବା ପରେ ସେନା, ନ୍ୟାସନାଲ୍‌ ଗାର୍ଡ, ନୌସେନା ଓ ରାଜ୍ୟ ସୁରକ୍ଷା ବାହିନୀର ଯବାନମାନେ ଜେଲ୍‌ ଭିତରକୁ ପ୍ରବେଶ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ହିଂସାକାଣ୍ଡର ପ୍ରକୃତ କାରଣ କ'ଣ ଜଣାପଡ଼ିନାହିଁ। ତଦନ୍ତ ଜାରି ରହିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ସଂଘର୍ଷ ସମୟରେ କେତେକ କଏଦୀଙ୍କ ପାଖରେ ଅସ୍ତ୍ର ଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook