Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାଂଲାଦେଶ ହିଂସାରେ ଆଉ ଜଣେ ମୃତ

    Share on :
    ajab-Image
    Date: Dec 25, 2025    Views: 2498

    ଢାକା : ହିଂସା ଅଧ୍ୟୁଷିତ ବାଂଲାଦେଶରେ ବୁଧବାର ଏକ ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ରାଜଧାନୀ ଢାକାର ମୋଘାବଜାର ଅଞ୍ଚଳରେ କେତେକ ହିଂସାକାରୀ ଫ୍ଲାଏ ଓଭର ଉପରୁ ବୋମାମାଡ କରିଥିଲେ। ଏଥିରେ ସୈଫୁଲ ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି। ହାତିରଝିଲ୍ ଥାନା ଅଧିକାରୀ ମହମ୍ମଦ ମୋଇଉଦ୍ଦିନଙ୍କ କହିବା ଅନୁଯାୟୀ ସୈଫୁଲ୍ ଏକ ରାସ୍ତାକଡ ଦୋକାନରେ ଠିଆ ହୋଇ ଚା’ ପିଉଥିବାବେଳେ ରାସ୍ତ ଉପର ଫ୍ଲାଏ ଓଭର ଉପରୁ କେହି ବୋମା ଫିଙ୍ଗିଥିଲା। ଏଥିରେ ସୈଫୁଲ (୨୧)ର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ହିଂସାରେ ତିନିଜଣଙ୍କ ମୃତ୍ୟୁ ହେଲାଣି ା ଯେଉଁ ସ୍ଥାନରେ ବିସ୍ଫୋରଣ ଘଟିଛି ତା’ ନିକଟରେ ବାଂଲାଦେଶ ମୁକ୍ତିଯୋଦ୍ଧା ସଂଗଠନ ସେଣ୍ଟ୍ରାଲ କମାଣ୍ଡ କାର୍ୟ୍ୟାଳୟ ଅବସ୍ଥିତ। ୧୯୭୧ ମୁକ୍ତି ସଂଗ୍ରାମର ସହିଦଙ୍କ ଉଦ୍ଦେଶ୍ୟରେ ଏହି କାର୍ୟ୍ୟାଳୟ ରହିଛି।
    ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) କାର୍ୟ୍ୟକାରୀ ସଭାପତି ତାରିକ ରହମାନଙ୍କ ଗସ୍ତକୁ ଲକ୍ଷ୍ୟ କରି ଏପରି ବୋମାମାଡ଼ କରାଯାଇଛି ା ତାରିକ ଢାକା ଗସ୍ତ କରିବାକୁ ଥିବାବେଳେ ତାଙ୍କ ଆଗମନ ପୂର୍ବରୁ ବିସ୍ଫୋରଣ ଘଟିଛି। ତାରିକ ରହମାନ ହେଉଛନ୍ତି ଯେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜଇଉର୍‌ ରହମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ। ତାରିକ ରହମାନ ଗତ ୧୭ବର୍ଷ ହେଲା ଆତ୍ମନିର୍ବାସନରେ ଲଣ୍ଡନରେ ରହିଥିଲେ। ତାଙ୍କର ଆଗମନ ପାଇଁ ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତାବର୍ଷ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ବିଏନପି ତାଙ୍କ ନେତୃତ୍ବରେ ନିର୍ବାଚନ ଲଢିବ। ଗୃହ ବିଭାଗ ମୁଖ୍ୟ ମହମ୍ମଦ ଜାହାଙ୍ଗିର ଆଲାମ ଚୌଧୁରୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ସୁରକ୍ଷାବାହିନୀକୁ ସଜାଗ ରଖିବାକୁ ପରାମର୍ଶ ଦେଇଛନ୍ତି। ତାରିକ ରହମାନଙ୍କ ଗସ୍ତକୁ ନେଇ ଢାକାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଏପରି ବିସ୍ଫୋରଣ ଘଟିଛି। ଛାତ୍ରନେତା ଓସମାନ ହାଦିର ମୃତ୍ୟୁକୁ ନେଇ ବାଂଲାଦେଶରେ ଏକ ସପ୍ତାହ ହେଲା ହିଂସା ଲାଗି ରହିଛି। ହିଂସାକାରୀମାନେ ଭାରତ ବିରୋଧରେ ସ୍ବର ଉଠାଇବା ସହିତ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାଗେର୍ଟ କରୁଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook