Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଇସ୍ତଫା ଦେଲେ ମୁଖତାର ଆବ୍ବାସ ନକଭି, ଦଳ ଦେଇପାରେ ବଡ ଦାୟିତ୍ୱ

    Share on :
    ajab-Image
    Date: Jul 7, 2022    Views: 4786

    ନୂଆଦିଲ୍ଲୀ:  କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ମୁଖତାର ଆବ୍ବାସ ନକଭି ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି।

    ରାଜ୍ୟସଭାର ସଦସ୍ୟ ଥିବା ମୁଖତାର ଆବ୍ବାସ ନକଭି କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ସମ୍ଭାଳୁ ଥିଲେ। ମୁଖତାର ଆବ୍ବାସ ନକଭିଙ୍କ କାର୍ୟ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଏହା ପୂର୍ବରୁ ସେ  ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ଥର ବିଜେପି ପକ୍ଷରୁ ନକଭିଙ୍କୁ ରାଜ୍ୟସଭା ପଠାଯାଇ ନାହିଁ। ତେବେ ଦଳ ତାଙ୍କୁ କୌଣସି ଏକ ବଡ ଦାୟିତ୍ୱ ଦେଇପାରେ ବୋଲି ଆଲୋଚନା ହେଉଛି।
    ଉଲ୍ଲେଖ ଯୋଗ୍ୟ ଯେ ମୋଦି ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା ସଦସ୍ୟତା ଗୁରୁବାର ଶେଷ ହେବାକୁ ଯାଉଛି। ଏଥିରେ ମୁଖତାର ଆବ୍ବାସ ନକଭିଙ୍କ ବ୍ୟତୀତ ଜେଡିୟୁ କୋଟାରେ ଆର୍‌ସିପି ସିଂହଙ୍କ ନାଁ ମଧ୍ୟ ସାମିଲ ରହିଛି। ଏହି ଦୁଇ ନେତାଙ୍କ ପାଖରେ ଜୁଲାଇ ୬ ପରଠାରୁ କୌଣସି ବି ଗୃହର ସଦସ୍ୟତା ପଦ ରହିବ ନାହିଁ। ରାଜ୍ୟସଭା ସାଂସଦ ରୂପେ ଆଜି ଉଭୟଙ୍କ ଶେଷ ଦିନ ଥିଲା।

    Maximum 500 characters

    ରାଜନୀତି View all

    Find Us on Facebook