Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସରକାରୀ ଚାକିରି ଛାଡିଲେ ୩୫୦ କାଶ୍ମୀର ପଣ୍ଡିତ

    Share on :
    ajab-Image
    Date: May 14, 2022    Views: 3794

    ଶ୍ରୀନଗର: କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ବିକ୍ଷୋଭ ତେଜିବାରେ ଲାଗିଛି । ତହସିଲ ଅଫିସରେ କର୍ମଚାରୀ ଥିବା ରାହୁଲଙ୍କ ହତ୍ୟା ପ୍ରତିବାଦରେ କାଶ୍ମୀର ଘାଟିରେ ପ୍ରାୟ ୩୫୦ ଜଣ କାଶ୍ମୀର ପଣ୍ଡିତ ନିଜ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେମାନେ ତାଙ୍କ ଇସ୍ତଫା ପତ୍ର ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ନିକଟକୁ ପଠାଇଛନ୍ତି । ରାହୁଲଙ୍କ ହତ୍ୟା ପରେ କାଶ୍ମୀର ପଣ୍ଡିତମାନେ ନିଜକୁ ସୁରକ୍ଷିତ ମଣୁନଥିବା କହିଛନ୍ତି ।

    ଗୁରୁବାର ସନ୍ଧ୍ୟାରେ ରାହୁଲ ଭଟ୍ଟଙ୍କୁ ହତ୍ୟା କରାଯାଇଥିଲା । ଆତଙ୍କବାଦୀମାନେ ବଡଗାମ ଜିଲ୍ଲା ଚାଦୂରାରେ ଥିବା ତହସିଲ ଅଫିସରେ ପଶି କାଶ୍ମର ପଣ୍ଡିତ ରାହୁଲଙ୍କ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ କେନ୍ଦ୍ର ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ସମାଲୋଚନା କରିଛନ୍ତି ।ଶୁକ୍ରବାର ବିକ୍ଷୋଭକାରୀମାନେ ଶ୍ରୀନଗର ଏୟାରପୋର୍ଟ ରାସ୍ତା ଅବରୋଧ କରିଥିଲେ । ସେମାନଙ୍କୁ ସରକାର ସୁରକ୍ଷା ପ୍ରଦାନ ନ କଲେ ଚାକିରୀରୁ ସମୂହ ଇସ୍ତଫା ଦେବେ ବୋଲି ଧମକ ଦେଇଥିବା ବେଳେ ପ୍ରାୟ ୩୫୦ ପଣ୍ଡିତ ଉପ-ରାଜ୍ୟପାଳଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook