Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇସ୍ତଫା ଦେଲେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍‌!

    Share on :
    ajab-Image
    Date: Aug 12, 2026    Views: 2229

    ଏନ୍‌. ଚନ୍ଦ୍ରଶେଖରନ୍‌ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୧୮ରେ ଅନୁଷ୍ଠିତ ହେବାକୁ ଥିବା କମ୍ପାନୀର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ସେ ଦେଇଥିବା କଥା ସାମ୍ନାକୁ ଆସିଛି। କିନ୍ତୁ ଆସନ୍ତା ଫେବୃଆରୀରେ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ ଏହି ଭୂମିକାରେ କାର୍ଯ୍ୟ ଜାରି ରଖିବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ଏହି ଘଟଣାକ୍ରମ ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଟାଟା ଗ୍ରୁପ୍ ତା’ର ବିଭିନ୍ନ ବ୍ୟବସାୟରେ ଅନେକ ଆହ୍ୱାନର ସାମ୍ନା କରୁଛି ଏବଂ ତାଙ୍କର ପୁନଃନିଯୁକ୍ତିକୁ ନେଇ ଟାଟା ସନ୍ସ ଓ ଟାଟା ଟ୍ରଷ୍ଟ ମଧ୍ୟରେ ମତଭେଦ ଦେଖାଦେଇଛି।ଟାଟା ସନ୍ସ ହେଉଛି ୪୦୦ ବିଲିୟନ୍ ଡଲାର ମୂଲ୍ୟର ଟାଟା ଗ୍ରୁପ୍‌ର ମୁଖ୍ୟ ହୋଲ୍ଡିଂ କମ୍ପାନୀ। ଏହା ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍ , ଟାଟା ମୋଟର୍ସ ଏବଂ ଏୟାର ଇଣ୍ଡିଆ ସମେତ ୩୦ ରୁ ଅଧିକ କମ୍ପାନୀକୁ ନିୟନ୍ତ୍ରଣ କରେ। ଟାଟା ସନ୍ସର ୬୬% ମାଲିକାନା ଗ୍ରୁପ୍‌ର ଦାତବ୍ୟ ସଂସ୍ଥା 'ଟାଟା ଟ୍ରଷ୍ଟ' ନିକଟରେ ରହିଛି।ଚନ୍ଦ୍ରଶେଖରନ୍‌ଙ୍କ ପୁନଃନିଯୁକ୍ତିକୁ ନେଇ ଦେଖାଦେଇଥିବା ମତଭେଦ ପରେ ଏହି ଘଟଣାକ୍ରମ ସାମ୍ନାକୁ ଆସିଛି। ପୂର୍ବରୁ ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ୍ ଟାଟା ଏହି ପଦକ୍ଷେପକୁ ବିରୋଧ କରିବା ପରେ, ଫେବୃଆରୀ ମାସରେ ଟାଟା ସନ୍ସ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲା।ସୂତ୍ର ଅନୁଯାୟୀ, ନୋଏଲ୍ ଟାଟା କେତେକ ସର୍ତ୍ତ ରଖିଥିଲେ, ଯେଉଁଥିରେ ଟାଟା ସନ୍ସକୁ କେବେ ବି ସେୟାର ବଜାରରେ ତାଲିକାଭୁକ୍ତ (ଲିଷ୍ଟେଡ୍) କରାଯିବ ନାହିଁ ବୋଲି ଏକ ପ୍ରତିଶ୍ରୁତି ସାମିଲ ଥିଲା। କିନ୍ତୁ ଚନ୍ଦ୍ରଶେଖରନ୍‌ ଏଭଳି ପ୍ରତିଶ୍ରୁତି ଦେବାକୁ ପ୍ରସ୍ତୁତ ନଥିଲେ।ଉଭୟ ପକ୍ଷ ମଧ୍ୟରେ ବୋର୍ଡ ପ୍ରତିନିଧିତ୍ୱକୁ ନେଇ ମଧ୍ୟ ମତଭେଦ ରହିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook