Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା

    Share on :
    ajab-Image
    Date: Dec 17, 2025    Views: 2512

    କଲକାତା : ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ଭାରତ ଗସ୍ତରେ ଶନିବାର କଲକାତାର ସଲ୍‌ଟ ଲେକ୍‌ ଷ୍ଟାଡିୟମ୍‌ରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଭିଆଇପି, ମନ୍ତ୍ରୀ, ରାଜ‌େ‌ନତା, ନିରାପତ୍ତା ରକ୍ଷୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ। ତେଣୁ ଦର୍ଶକ ଉତ୍ତ୍ୟକ୍ତ ହୋଇ ପଡ଼ିଆକୁ ବୋତଲ, ହୋର୍ଡିଂ ଓ ଚଉକି ଭାଙ୍ଗି ଫିଙ୍ଗିଥିଲେ। କିଛି ଦର୍ଶକ ବାଡ଼ ଡେଇଁ ପଡ଼ିଆରେ ମଧ୍ୟ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଫଳରେ ମାତ୍ର ୧୫ ମିନିଟ ରହି ମେସି ଚାଲି ଯାଇଥିଲେ।
    କାର୍ୟ୍ୟକ୍ରମ​‌ର ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ମଙ୍ଗଳବାର ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ବାସ ଇସ୍ତଫା ଦେଇଛନ୍ତି। ଅରୂପ ବିଶ୍ବାସ ତାଙ୍କ ଇସ୍ତଫାପତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ପଠାଇଥିଲେ; ଯାହାକୁ ମମତା ଗ୍ରହଣ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅରୂପ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ଏହାକୁ ମମତା ସମର୍ଥନ କରିଛନ୍ତି। ଶନିବାର ମେସିଙ୍କ ସହ ଷ୍ଟାଡିୟମ୍‌​‌େ​‌ର ମନ୍ତ୍ରୀ ଅରୂପ ରହିଥିଲେ। ଉକ୍ତ ଗଣ୍ଡଗୋଳ ପରେ ପଶ୍ଚିମବଙ୍ଗ ସରକାର ରାଜ୍ୟର ପୁଲିସ ଡିଜି ରାଜୀବ କୁମାର, ବିଧାନନଗର ପୁଲିସ କମିସନର ମୁକେଶ କୁମାର ଏବଂ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ ରାଜେଶ କୁମାର ସିହ୍ନାଙ୍କୁ ଏହି ଗଣ୍ଡଗୋଳ ପାଇଁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ପୁଣି ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ତଦନ୍ତ କମିଟି (ଏସ୍‌ଆଇଟି) ଗଠନ କରାଯାଇଛି। ଏହାସହ ରାଜ୍ୟ ସରକାର ବିଧାନ ନଗରର ଡିସିପି ଅନିସ ସରକାରଙ୍କୁ ନିଲମ୍ବନ କରି ତାଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅସୀମ କୁମାର ରାୟଙ୍କ ନେତୃତ୍ବରେ ସରକାର ଏକ ତଦନ୍ତ କମିଶନ ଗଠନ କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook