Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

REPUBLIC DAY

ମୁଖ୍ୟ ଖବର

    ଆଜି କର୍ତ୍ତବ୍ୟ ପଥରେ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ

    Share on :
    ajab-Image
    Date: Jan 23, 2024    Views: 2818

    ନୂଆଦିଲ୍ଲୀ: ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହେବ। ସମଗ୍ର ମାର୍ଗରେ ପ୍ୟାରେଡର ସୁଗମ ପରିଚାଳନା ପାଇଁ ଦିଲ୍ଲୀ ପୋଲିସ ବିସ୍ତୃତ ଟ୍ରାଫିକ ବ୍ୟବସ୍ଥା କରିଛି। ପ୍ୟାରେଡ଼ ଅଭ୍ୟାସ ସକାଳ ୧୦ଟା ୩୦ରେ ବିଜୟ ଚୌକ ଠାରୁ ଆରମ୍ଭ ହୋଇ ଲାଲ କିଲ୍ଲାକୁ ଯିବ। ପ୍ୟାରେଡ଼ ବିଜୟ ଚୌକ, କର୍ତ୍ତବ୍ୟ ପଥ, ସି-ହେକସାଗନ୍‌‌, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଷ୍ଟାଚ୍ୟୁ ସ୍କୋୟାର ଏବଂ ତିଲକ ମାର୍ଗ ଦେଇ ଲାଲ କିଲ୍ଲାକୁ ଯିବ। ସେହି ସମୟରେ ବିଜୟ ଚୌକ ଠାରୁ ଇଣ୍ଡିଆ ଗେଟ୍‌‌ ପର୍ୟ୍ୟନ୍ତ କର୍ତ୍ତବ୍ୟ ପଥରେ ପ୍ୟାରେଡ୍‌‌ ଶେଷ ପର୍ୟ୍ୟନ୍ତ କୌଣସି ଟ୍ରାଫିକ୍‌‌ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି। ଦିଲ୍ଲୀ ପୋଲିସ ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ପୂର୍ବରୁ ଯୋଜନା କରିବାକୁ ଏବଂ ସେମାନଙ୍କ ସୁବିଧା ପାଇଁ ସକାଳ ୯ଟା ୩୦ରୁ ପୂର୍ବାହ୍ନ ୧ଟା ମଧ୍ୟରେ ପ୍ୟାରେଡ୍‌‌ ମାର୍ଗ ପରିବର୍ତ୍ତେ ଅନ୍ୟ ରାସ୍ତାରେ ଯିବାକୁ ଅନୁରୋଧ କରିଛି।

    Maximum 500 characters

    REPUBLIC DAY View all

    Find Us on Facebook