Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାଧାରଣତନ୍ତ୍ର ଦିବସ, ଦୁଲୁକିବ ଗାନ୍ଧିମାର୍ଗ

    Share on :
    ajab-Image
    Date: Jan 25, 2023    Views: 3012

    ଭୁବନେଶ୍ୱର:  ୭୪ତମ ସାଧାରଣତନ୍ତ୍ର ଦିବସ । ଦୁଇ ବର୍ଷ କରୋନା କଟକଣା ପରେ ଦୁଲୁକିବ ଗାନ୍ଧିମାର୍ଗ । ରାଜ୍ୟସ୍ତରୀୟ ଉତ୍ସବ ପାଇଁ ମଙ୍ଗଳବାର ସରିଛି ଫୁଲ୍‌ ଡ୍ରେସ୍‌ ପରେଡ୍‌ ଅଭ୍ୟାସ (ରିହର୍ସାଲ୍‌) । ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ୍‌ ବନ୍‌ସଲ୍‌ ରିହର୍ସାଲ୍‌ ତଦାରଖ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ସକାଳ ସାଢ଼େ ୮ଟାରେ ପହଞ୍ଚିବେ । ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ ଅଭିବାଦନ ଗ୍ରହଣ କରିବେ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଡିଜିପି ଶ୍ରୀ ବଂଶଲ କହିଥିଲେ, ଏଥର କଟକଣାମୁକ୍ତ ଉତ୍ସବରେ ବହୁସଂଖ୍ୟକ ଦର୍ଶକ ଉପସ୍ଥିତ ରହିବେ । ସ୍କୁଲ କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡ୍‌ରେ ଭାଗ ନେବେ । ମୋଟ ୪୪ଟି କଣ୍ଟିଜେଣ୍ଟ ପରେଡ୍‌ କରିବେ । ଗାନ୍ଧିମାର୍ଗରେ ତନ୍ନତନ୍ନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଚାଲିଛି ।
    ପରେଡ୍‌ କମାଣ୍ଡିଂ କରିବେ କେସିଙ୍ଗା ଏସ୍‌ଡିପିଓ ତଥା ଯୁବ ଆଇପିଏସ ୟସପ୍ରତାପ ଶ୍ରୀମାଲ । ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶ ପୁଲିସଙ୍କ ଚିତ୍ତାକର୍ଷକ ପରେଡ୍‌ ଦେଖିବ ଗାନ୍ଧିମାର୍ଗ । ମୋଟ୍‌ ୪୪ ଟ୍ରୁପ୍‌୍‌ରୁ ୨୩ଟି ସ୍କୁଲ ଛାତ୍ରଛାତ୍ରୀଙ୍କର । ଏନ୍‌ସିସି, ଭାରତ ସ୍କାଉଟ୍‌ ଆଣ୍ଡ ଗାଇଡ୍‌ ଛାତ୍ରଛାତ୍ରୀ ବ୍ରାସ୍‌ବ୍ୟାଣ୍ଡ୍‌ ତାଳେ ତାଳେ ଗାନ୍ଧିମାର୍ଗରେ ଚାଲିବେ । ପୁଲିସ ଓ ସେନାର ୧୬ଟି ଟ୍ରୁପ୍‌ ଓ ୫ଟି ବ୍ରାସ୍‌ବ୍ୟାଣ୍ଡ୍‌ ମଧ୍ୟ ପରେଡ୍‌ କରିବେ । ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌), ନୌସେନା, ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିଅନ୍‌, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍‌), ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ (ସପ୍ତମ ବାଟାଲିଅନ୍‌), ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ୍‌ (ଏସ୍‌ଏସ୍‌ବି), ଇଣ୍ଡିଆନ୍‌ ରିଜର୍ଭ (ଆଇଆର୍‌) ବାଟାଲିଅନ୍‌, ସ୍ପେଶାଲ ଅପରେସନ ଗ୍ରୁପ୍‌(ଏସ୍‌ଓଜି), ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ (ଓଏସ୍‌ଏଏଫ୍‌), ଓଡି଼ଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସ୍‌ଏଫ୍‌) ଆର୍ମଡ୍‌ ପୁଲିସ ରିଜର୍ଭ (ଏପିଆର୍‌), ମହିଳା କନଷ୍ଟେବଳ, ହୋମଗାର୍ଡ, ଅଗ୍ନିଶମ ଓ ଓଡ୍ରାଫ୍‌ର ଗୋଟିଏ ଲେଖାଏଁ ଟ୍ରୁପ୍‌ ପରେଡ୍‌ରେ ଭାଗ ନେବେ ।ଏହାବାଦ୍‌ ୯ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ଗାନ୍ଧିମାର୍ଗରେ ଗଡି଼ବ । 

    Maximum 500 characters

    ତାଜା ଖବର View all

    Find Us on Facebook