ମୁଖ୍ୟ ଖବର
ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର ୨୫ ବେସିସ ପଏଣ୍ଟ ବା .୨୫ ପ୍ରତିଶତ ହ୍ରାସ କରାଯାଇଛି । ଏହି ହ୍ରାସ ସହ ରେପୋ ହାର ୫.୨୫ ପ୍ରତିଶତରେ ପହଞ୍ଚିଛି । ଏହା ଫଳରେ ଗୃହ ଓ ଯାନବାହନ ଋଣ ଇଏମଆଇ ଶସ୍ତା ହେବାର ସମ୍ଭାବନା ରହିଛି । ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକର ଶେଷ ଦିନରେ ଆଜି ଗଭର୍ଣ୍ଣର ସଂଜୟ ମାଲହୋତ୍ରା ଏହି ବୈଠକରେ ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ ।
ସେ ଘୋଷଣା କରିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ, ଯାହାକି ପୂର୍ବରୁ ୬.୮ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା । ସେହିପରି ମୁଦ୍ରାସ୍ପୀତି ହାର ୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହାକି ପୂର୍ବରୁ ୨.୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।
Comments ସମସ୍ତ ମତାମତ