ମୁଖ୍ୟ ଖବର
ନୂଆଦିଲ୍ଲୀ: ଏବେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି । ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ କମାଇପାରେ ବୋଲି ଏସ୍ବିଆଇ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି । ଆଜିଠୁ ଗଭର୍ଣ୍ଣର ସଞ୍ଜୟ ମାଲ୍ହୋତ୍ରାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ବସିବ । ଭାରତର ରପ୍ତାନି ଉପରେ ଆମେରିକା ୫୦% ଟାରିଫ ଲଗାଇଛି । ଏଭଳି ସ୍ଥିତିରେ ଅର୍ଥନୀତିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ୩ ଦିନିଆ ବୈଠକରେ ମାନସ ମନ୍ଥନ କରିବ କେନ୍ଦ୍ରୀୟ ବ୍ୟାଙ୍କ ।
ଅକ୍ଟୋବର ୧ରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ନିଷ୍ପତ୍ତି ଘୋଷଣା କରିବ । ଦରଦାମ କମିବା ଯୋଗୁ ଆର୍ବିଆଇ ୩ଟି ପର୍ୟ୍ୟାୟରେ ଏହାର ରେପୋ ହାରରେ ୧୦୦ ବେସିସ୍ ପଏଣ୍ଟ ହ୍ରାସ କରିଛି । ତେବେ ଆମେରିକା ଟାରିଫ ଲାଗୁ କରିବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ଅକ୍ଟୋବର ମୁଦ୍ରା ନୀତି ବୈଠକରେ ସୁଧହାରକୁ ଅପରିବର୍ତ୍ତିତ ରଖିଥିଲା । ବଜାରର ବିଭିନ୍ନ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରିଛି କେନ୍ଦ୍ରିୟ ବ୍ୟାଙ୍କ । ଏଭଳି ସ୍ଥିତିରେ ରେପୋ ୨୫ ବେସିସ୍ ପଏଣ୍ଟ କମାଇପାରେ ବୋଲି କହିଛି ଏସ୍ବିଆଇ ।
ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାଭିସ କହିଛନ୍ତି, କେନ୍ଦ୍ରିୟ ବ୍ୟାଙ୍କ ବଜାରର ବିଭିନ୍ନ ଦିଗ ଉପରେ ଧ୍ୟାନ ରଖିଛି । ରେପୋ ରେଟ୍ କମିବାର କମ୍ ସମ୍ଭାବନା ରହିଛି । କ୍ରିସିଲର ମୁଖ୍ୟ ଅର୍ଥନୀତିଜ୍ଞ ଧର୍ମକିର୍ତ୍ତୀ ଯୋଶୀ କହିଛନ୍ତି, ଦରଦାମ କମ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର କମାଇପାରେ
Comments ସମସ୍ତ ମତାମତ