Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଏଥର ବାହୁଡାରେ ‘ଲାଗେ ପ୍ରେମ ନଜର’

    Share on :
    ajab-Image
    Date: Jul 3, 2022    Views: 3244

    ଏଥର ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ବାହୁଡାରେ ରଲିଜ୍ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ । ନିକଟରେ ଏହାର ମୁ୍ୟଜିକ ରିଲିଜ୍ ହୋଇଯାଇଛି । ସିନେମାର କଳାକାର ଓ କ୍ରିଉକୁ ନେଇ ମୁ୍ୟଜିକ ରିଲିଜ୍ ହୋଇଥିବା ବେଳେ ଏଥର ବାହୁଡାରେ ଏହାର ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିଛି । ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଏହି ସିନେମାରେ ନାୟକ ରହିଛନ୍ତି ଅମ୍ଳାନ ଓ ତାଙ୍କ ସହ ରିୟା,ପ୍ରିୟା,ରାଗିଣୀଙ୍କ ରୋମାନ୍ସ ଦେଖିବାକୁ ମିଳିବ । ବିବାହ ପରେ ଓଲିଉଡରୁ ଏକ ପ୍ରକାର ଦୂରେଇ ଯାଇଥିବା ଚୁଲ୍ବୁଲି ଅଭିନେତ୍ରୀ ପ୍ରିୟା ଚୌଧୁରୀ ସିନେମା ଜଗତକୁ ପୁଣି ଫେରିଛନ୍ତି । ସେମିତି ଅନେକ ଦିନ ପରେ ଅମ୍ଳାନଙ୍କ ସହ ପ୍ରିୟାଙ୍କର ପରଦାରେ ରୋମାଞ୍ଚକ ପ୍ରେମ ଦର୍ଶକ ଦେଖିବେ । ଏହି ଚଳଚ୍ଚିତ୍ରରେ ବଙ୍ଗୀୟ ସୁନ୍ଦରୀ ରାଗିଣୀ ଅନ୍ୟତମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ବବି ମିଶ୍ର, ପପି ସନ୍ତୁକା, ଅମର, ବାପି, ରିପନ, ବିନୋଦ, ଅଜୟ ପ୍ରଧାନ, ଧାରାଶ୍ରୀ ପ୍ରମୁଖ ଏହି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରେ ଖଗେଶ୍ୱର ଶେଜପଡାଙ୍କ କାହାଣୀକୁ ଆଧାର କରି ସଂଳାପ ଲେଖିଛନ୍ତି ଚିନ୍ମୟ ଦାସପଟ୍ଟନାୟକ । ପ୍ରଯୋଜନା କରିଛନ୍ତି ବ୍ୟମୋକେଶ ଏବଂ ନିଦେ୍ର୍ଧଶନା ଦେଇଛନ୍ତି ଦୀଲିପ ପଣ୍ଡା । ଏଯି ଚଳଚ୍ଚିତ୍ରର ଟ୍ରେଲର ଦର୍ଣକଙ୍କୁ ବିମୋହିତ କରିଛି । ଳଚଳଚ୍ଚିତ୍ରଟି ଦର୍ଶକ ମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥାର ସିଇଓ ରୁପାଲି ଦ୍ୱିବେଦୀ ଆଶ ପ୍ରକଟ କରିଛନ୍ତି । ଏଥିରେ ବୈଦୃନାଥ ଦାସ ସଂଗୀତ ସଜାଇଥିବା ବେଳେ ହୁ୍ୟମାନ ସାଗର, କୁଳଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦିପ୍ତୀରେଖା ପାଢୀ ଓ ଅନନ୍ୟା ଶ୍ରୀତମ୍ ନନ୍ଦ କଣ୍ଠଦାନ କରିଛନ୍ତି । ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ର ଗୀତ ଓ ଭିଡିଓ ଆମର ମୁ୍ୟଜିକ୍ ୟୁଟୁବୁ ଚ୍ୟାନେଲ୍ରେ ପ୍ରସାରିତ ହୋଇ ଲୋକପ୍ରିୟତା ହାସଲ କରିଛି ।

    Maximum 500 characters

    ସିନେମା View all

    Find Us on Facebook