ମୁଖ୍ୟ ଖବର
ରୂପେଲି ପରଦାରେ ସୁନେଲୀ ନାୟିକା ରେଖା । ଦୀର୍ଘ ସମୟ ଧରି ବି-ଟାଉନରେ ରାଜ ଚଳାଇଆସିଥିବା ୬୬ବର୍ଷିୟ ଅଭିନେତ୍ରୀଙ୍କ ଲାଗି ଆଜିର ଯୁବପିଢ଼ୀବି ପାଗଳ । ସେ କେବଳ ନିଜର ସୁଗଠିତ ଚେହେରା ଲାଗି ଲୋକପ୍ରିୟତା ହାସଲ କରିଛନ୍ତି ତାହା ନୁହେଁ ବରଂ ବୋଲ୍ଡ ଅନ୍ଦାଜ ଓ ଅଭିନୟ ଯାଦୁରେ ସେ କମାଲ କରିଛନ୍ତି । ତାଙ୍କ ଫିଲ୍ମ କ୍ୟାରିୟରେ ସେ ସେ ପ୍ରାୟ ୧୮୦ରୁ ଉଦ୍ଧ୍ୱର୍ ଫିଲ୍ମରେ କାମ କରିଛନ୍ତି । ନିଜ ଅଭିନୟ ଲାଗି ସେ ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ତିନିଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି । ରେଖାଙ୍କ ଜନ୍ମଦିନ ଅବସରରେ ତାଙ୍କ ଅଭିନୀତ ପାଞ୍ଚୋଟି ଫିଲ୍ମ ସବୁଦିନ ଲାଗି ସୁପରହିଟ ରହିବ । ସେଗୁଡିକ ହେଲା ୟଶ ଚୋପ୍ରାଙ୍କ ସିଲସିଲା: ଏଥିରେ ଅଭିନେତା ଅମିତାଭ ବଚ୍ଚନ, ଜୟା ବଚ୍ଚନ ଏବଂ ସଞ୍ଜୀବ କୁମାରଙ୍କ ସହ ରେଖା ଲିଡ ରୋଲରେ ନଜର ଆସିଥିଲେ । ଦ୍ୱିତୀୟରେ ରାକେଶ ରୋଶନଙ୍କ ‘ଖୁନ ଭାରି ମାଙ୍ଗ’ । ଏହି ଫିଲ୍ମରେ ଶତ୍ରୁଘନ୍ନ ସିନ୍ହାଙ୍କ ସହ ରେଖା ଜଣେ ସରଳ ଚରିତ୍ରରେ ଦର୍ଶକଙ୍କୁ ଖୁସି କରିପାରିଥିଲେ । ଏହା ପରେ ଖୁବସୁରତ, ମୁକଦର କା ସିକନ୍ଦର ଓ ଓମରଜାନ ପରି ଫିଲ୍ମରେ ସେ ବେଶ ନାଁ କମାଇଛନ୍ତି ।
Comments ସମସ୍ତ ମତାମତ