Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଦହି ପନିର, ବନାନ୍ତୁ ଖାଆନ୍ତୁ ଖୁଆନ୍ତୁ

    Share on :
    ajab-Image
    Date: Nov 25, 2021    Views: 2490


    ଆବଶ୍ୟକ ସାମଗ୍ରୀ:

    ସୋରିଷ ତେଲ,ଲୁଣ,ଲଙ୍କା ପାଉଡ଼ର,ହଳଦୀ ପାଉଡ଼ର,ଜିରା ପାଉଡ଼ର,ଧନିଆ ପାଉଡ଼ର,କସ୍ତୁରୀମେଥି,କଳାଲୁଣ,ଗୋଲମରିଚ,ଜିରା,କଞ୍ଚାଲଙ୍କା,ପନିର,ମଗଜ,କାଜୁ,ଦହି,ଅଦା,ଧନିଆ ପତ୍ର । 

    ପ୍ରସ୍ତୁତି ପ୍ରଣାଳୀ- 

    ପ୍ରଥମେ ଏକ ପାତ୍ରରେ ସୋରିଷ ତେଲ ନେଇ ସେଥିରେ ଲଙ୍କା ପାଉଡ଼ର, ହଳଦୀ ପାଉଡ଼ର,ଜିରା ପାଉଡ଼ର,ଧନିଆ ପାଉଡ଼ର,କଳାଲୁଣ କସ୍ତୁରୀ ମେଥି,ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ କଟା ପନିର ପକାଇ ଗୋଳାଇବେ । ଏହାପରେ ଗ୍ୟାସରେ ପ୍ୟାନ ବସାଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଳାଇ ରଖିଥିବା ପନିର ପକାଇ ଭାଜିବେ । ତାପରେ ଏହାକୁ ଏକ ପାତ୍ରରେ କାଢ଼ି ରଖିବେ । ତାପରେ ଗ୍ୟାସରେ କଡେ଼ଇ ବସେଇ ପାଣି ଢ଼ାଳିବେ । ପାଣି ଫୁଟି ଆସିଲେ ସେଥିରେ କାଜୁ,ମଗଜ ପକାଇ ପୁଣି କିଛି ସମୟ ଫୁଟାଇବେ ଏହାପରେ ସେଥିରୁ କାଜୁ ଓ ମଗଜକୁ ଛାଣି,ସେଥିରେ ଅଳ୍ପପାଣି ମିଶାଇ ତାକୁ ଗ୍ରାଇଣ୍ଡିଂ କରିବେ । ଏହାପରେ ଆଉ ଏକ ବଡ଼ ପାତ୍ର ନେଇ ସେଥିରେ, ଦହି ଏବଂ ଗ୍ରାଇଣ୍ଡିଂ କରିଥିବା କାଜୁ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଧନିଆ ପାଉଡ଼ର,ହଳଦୀପାଉଡ଼ର,ଲଙ୍କା ପାଉଡ଼ର,ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ଜିରା,ଗୋଲମରିଚ,କଟା ଅଦା,କଟା କଂଚା ଲଙ୍କା ପକାଇ ଫ୍ରାଏ କରିବେ । ତାପରେ ସେଥିରେ ଗୋଳାଇ ରଖିଥିବା କାଜୁ,ଦହି ମିଶ୍ରଣ,ଲୁଣ ଓ ଅଳ୍ପ ପାଣି ଢ଼ାଳି ମିକ୍ସ କରିବେ । ଏହାପରେ ସେଥିରେ ଭାଜି ରଖିଥିବା ପନିର ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ଏହାପରେ ସେଥିରେ କିଛି ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଦହି ପନିର । ଏବେ ଏହାର ମଜା ନିଅନ୍ତୁ ଓ ଅନ୍ୟ କୁ ଚଖାନ୍ତୁ ।

    Maximum 500 characters

    ବିଶେଷ View all

    Find Us on Facebook