Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣଙ୍କ ପ୍ରେମ-ସମ୍ପର୍କକୁ ଖରାପ କରେ ଏହି ୬ଟି ଅଭ୍ୟାସ : ଜାଣନ୍ତୁ କ’ଣ

    Share on :
    ajab-Image
    Date: Sep 19, 2023    Views: 3055

    ପ୍ରେମ ଏବଂ ରୋମାଞ୍ଚ କେବଳ ଏକାଠି ବୁଲିଲେ ,ଉପହାର ଦେଲେ କିମ୍ବା ସପିଙ୍ଗ୍ କରିବାରେ ସୀମିତ ନୁହେଁ। ପ୍ରେମର ଅର୍ଥ ପରସ୍ପରକୁ ବୁଝିବା, ଖୁସିରେ ରହିବା,ଭଲ ସମୟ ଏକାଠି କଟାଇବା। କିନ୍ତୁ କିଛି କଥା ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ

    ୧. ସ୍ବପ୍ନର ରାଜକୁମାର /ରାଜକୁମାରୀ ମିଳିଲେନି: ନିଜ ପାର୍ଟନରଙ୍କୁ ନେଇ ଆମେ ବହୁଥର ବହୁତ ସ୍ବପ୍ନ ଦେଖିଥାଉ। ସମସ୍ତେ ଚାହାନ୍ତି ତାଙ୍କ ପାର୍ଟନର୍ ସୁନ୍ଦର,ଭଲ ଏବଂ ସ୍ମାର୍ଟ୍ ହୁଅନ୍ତୁ। ସବୁବେଳେ ଆମ ଯତ୍ନ ନେଉ,ଆମକୁ ବହୁତ ଭଲ ପାଉ କିନ୍ତୁ ଯଦି ପାର୍ଟନର ସେହିପରି ମିଳେନାହିଁ  ତେବେ ସମ୍ପର୍କରେ ଦୂରତା ଆସିଥାଏ। ବପଣ ଆଶା ରଖନ୍ତି ଯେ ଆପଣଙ୍କ ପାର୍ଟନର ପରିବର୍ତ୍ତିତ ହେବେ। କିନ୍ତୁ ଆପଣଙ୍କୁ ମଧ୍ୟ ବୁଝିବାକୁ ହେବ ଯେ କୈାଣସି ବ୍ୟକ୍ତି କେବେ ପରଫେକ୍ଟ ହୋଇପାରିବ ନାହିଁ। କିନ୍ତୁ ସେ ନିଜ ପାଇଁ ପରଫେକ୍ଟ ହୋଇଥାଏ । ସେଥିପାଇଁ ଆପଣଙ୍କ ପାର୍ଟନରକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ।

    ୨.ଜନସାଧାରଣଙ୍କ ସମ୍ମୁଖରେ ରୋମାନ୍ସ : ହୋଇଯାନ୍ତୁ ସାବଧାନ : କେତେକ ପ୍ରେମୀ ଯୁଗଳ ଜନସାଧାରଣଙ୍କ ସାମନାରେ ରୋମାନ୍ସ କରିଥାନ୍ତି। ଏହି ସବୁ କାର୍ୟ୍ୟକଳାପରେ ସାଧାରଣ ଲୋକମାନେ ଅଶାନ୍ତ ହୋଇଥାନ୍ତି। ଏପରି କଲେ ସମ୍ପର୍କରେ ଆଗକୁ କିଛି ରହେ ନାହିଁ।

    ୩.ଆପଣ ବୁଲିଲେ ଠିକ୍ : ପାର୍ଟନର ବୁଲିଲେ ଭୁଲ୍: ଯଦି ଆପଣ ଏହା ଚାହୁଁଛନ୍ତି ଯେ ଆପଣଙ୍କ ପାର୍ଟନର୍ ସବୁ ସମୟ ଏବଂ ଧ୍ୟାନ ଆପଣଙ୍କୁ ଦିଅନ୍ତୁ ତେବେ ଆପଣ ଭୁଲ୍ କରୁଛନ୍ତି। ଆପଣଙ୍କୁ ବୁଝିବା ଦରକାର ଯେ ଆପଣଙ୍କ ପାର୍ଟନରଙ୍କ ମଧ୍ୟ ନିଜର ଏକ ସାମାଜିକ ଜୀବନ ରହିଛି। ତାଙ୍କ ଜୀବନରେ ମଧ୍ୟ ଅନେକ ଲୋକ ଅଛନ୍ତି। ଯେପରି ଆପଣଙ୍କୁ ନିଜର ସାଙ୍ଗସାଥୀମାନଙ୍କ ସହ ବୁଲିବାର ଏବଂ ପାର୍ଟି କରିବାର ସଉକ ରହିଛି ସେହିପରି ତାଙ୍କର ମଧ୍ୟ ସେଇ ସଉକ ଥିବ,ଏଥିରେ ଅସୁବିଧା କ’ଣ?

    ୪.ଏକ୍ସଙ୍କ ସହ ନିଜ ପାର୍ଟନରଙ୍କ ତୁଳନା : କେବେ ନୁହେଁ: କେବେ ମଧ୍ୟ ନିଜ ପାର୍ଟନରଙ୍କ ତୁଳନା ଏକ୍ସଙ୍କ ସହ କରନ୍ତୁ ନାହିଁ  କାରଣ ଏପରି କଲେ ସମସ୍ତ ସୁଖ ଚାଲିଯାଇଥାଏ ଏବଂ ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥାଏ। ସେଥିପାଇଁ ଆପଣଙ୍କ ପାର୍ଟନରଙ୍କ ଯେଉଁ ସବୁ ଭଲଗୁଣ ରହିଛି ତାକୁ ଚିହ୍ନନ୍ତୁ। ଏକଥା ମନେ ରଖନ୍ତୁ-ଆପଣଙ୍କ ପାର୍ଟନରଙ୍କ ପାଇଁ ଆପଣ ସବୁକିଛି।


    ୫.ମୁଁ କାହିଁକି ବୁଝାଇବି,ସେ ବୁଝାଉ ମୋତେ: ଝଗଡ଼ା ସମସ୍ତ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଥାଏ, କେତେକ ଅଛନ୍ତି ପରସ୍ପର କଥା ହୋଇ ସମାଧାନ କରିନିଅନ୍ତି କିନ୍ତୁ କେତେ ଜଣ ନିଜ ଇଗୋ ପାଇଁ ମୁହଁ ଫୁଲାଇ ରୁହନ୍ତି। ଯେପରିକି ଆପଣଙ୍କର ବାର୍ଟନରଙ୍କ ସହ ଆପଣଙ୍କ ଝଗଡ଼ା ହୋଇଥିଲେ ଆପଣ ଚାହାନ୍ତି ସେ ଆସି ଆଗେ ଆପଣଙ୍କୁ ମନାନ୍ତୁ ଏବଂ ଆଗେ କଥା ହୁଅନ୍ତୁ। ଯଦି ସେ ଏହା କରୁନାହାନ୍ତି ତେବେ ଆପଣ ମଧ୍ୟ ଏହା କରିବେ ନାହିଁ ଏହା ଭାବି ଯେ ସେ ଆପଣଙ୍କୁ ଆଗେ ମନାଇବେ। ଏହି ଅଭ୍ୟାସକୁ ଆପଣ ତୁରନ୍ତ ପରିବର୍ତ୍ତନ କରନ୍ତୁ। ସମ୍ପର୍କରେ ଫାଟ ଏହି କଥାରୁ ଆରମ୍ଭ ହୋଇଥାଏ।

    ୬.ଜୀବନସାଥୀ ହୁଅନ୍ତୁ: ଗୋଇନ୍ଦା ନୁହେଁ: ସମ୍ପର୍କ ଭରସା ଏବଂ ବିଶ୍ବାସ ଯୋଗୁଁ ଚାଲିଥାଏ ଏବଂ ଆଗକୁ ମଧ୍ୟ ବଢ଼ିଥାଏ। ଯଦି ଆପଣ ତାଙ୍କ ଫୋନ୍ ଚେକ୍ କରୁଥାନ୍ତି କି ତାଙ୍କୁ ସବୁବେଳେ ସନ୍ଦେହ କରୁଥାନ୍ତି ତେବେ ସାବଧାନ ହୋଇଯାନ୍ତୁ  ନଚେତ୍ ସମ୍ପର୍କ ଭାଙ୍ଗିଯିବ।

    Maximum 500 characters

    ବିଶେଷ View all

    Find Us on Facebook