Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରିଜର୍ଭ ବ୍ୟାଙ୍କର ନୂଆ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ

    Share on :
    ajab-Image
    Date: May 14, 2022    Views: 3572

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ  ହେଲେ ସିତିକାନ୍ତ ପଟ୍ଟନାୟକ ଏବଂ ରାଜୀବ ରଞ୍ଜନ । ମେ ୧ ତାରିଖରୁ ଉଭୟଙ୍କୁ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ରିଜର୍ଭ ବ୍ୟାଙ୍କ ନିଯୁକ୍ତ କରିଛି । ଏନେଇ  ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛି । ପଦୋନ୍ନତି ମିଳିବା ପୂର୍ବରୁ ସିତିକାନ୍ତ ଅର୍ଥନୀତି ଓ ନୀତି ଗବେଷଣା  ବିଭାଗର ପରାମର୍ଶଦାତା ଭାବେ କାମ କରୁଥିଲେ । ସେହିପରି ରାଜୀବ ମୁଦ୍ରାନୀତି ବିଭାଗର ମୁଖ୍ୟ ପରାମର୍ଶଦାତା ଏବଂ ମୁଦ୍ରାନୀତି କମିଟିର ସଚିବ ଥିଲେ ।

    ଆରବିଆଇ କହିଛି, କାର୍ୟ୍ୟକାରୀ ନିର୍ଦ୍ଦେଶକ ଭାବେ ସିତିକାନ୍ତ ଅର୍ଥନୀତି ଏବଂ ନୀତି ଗବେଷଣା ବିଭାଗର ଦାୟିତ୍ବ ସମ୍ଭାଳିବେ ଏବଂ ରାଜୀବ ମୁଦ୍ରାନୀତି ବିଭାଗରେ କାର୍ୟ୍ୟ କରିବେ । ରାଜୀବ ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ଏବଂ ଦିଲ୍ଲୀ ସ୍କୁଲ ଅପ୍ ଇକୋନୋମିକସରୁ ଅର୍ଥନୀତିରେ ମାଷ୍ଟରଡିଗ୍ରୀ ହାସଲ କରିଛନ୍ତି । ଅନ୍ୟପଟେ ସୀତାକାନ୍ତ ପଟ୍ଟନାୟକ ମଧ୍ୟ ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook