ମୁଖ୍ୟ ଖବର
ଆଜି ୧୯ତମ ଦିନରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି । ରାଜ୍ୟ ସରକାରଙ୍କ ପ୍ରଦତ୍ତ ମାର୍ଗଦର୍ଶିକା ଆଧାରରେ ହେଉଛି ଗଣତିମଣତି । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ମାର୍ଚ୍ଚରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଏହି ଗଣତି କାର୍ଯ୍ୟ କରାଯାଉଛି। ଅନୁମୋଦିତ ବ୍ୟକ୍ତିମାନଙ୍କ ଜରିଆରେ ଏହା ସମ୍ପାଦନ ହେଉଛି ।
ପାଳିଆ ସେବାରେ ଥିବା ସମସ୍ତ ସେବକ ବନ୍ଧୁ ଓ ନିଯୋଗଙ୍କୁ ସହଯୋଗ ଜାରି ରଖିବା ପାଇଁ ଅନୁରୋଧ କରାଯାଇଛି । ପୂର୍ବ ଭଳି ଗଣତି ସମୟରେ ଭକ୍ତଙ୍କ ପାଇଁ ବାହାର କାଠରୁ ଦର୍ଶନ ବ୍ୟବସ୍ଥା ରହିବ। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼େ, ସେଥିପ୍ରତି ସ୍ୱତନ୍ତ୍ର ଯତ୍ନବାନ ହେବାକୁ ଗୁରୁତ୍ୱ ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୯୭ ଘଣ୍ଟାରେ ଗଣତି ପକ୍ରିୟା ପହଞ୍ଚିଛି ।
ସେପଟେ ପୂର୍ବ ଭଳି ଗଣତି ମଣତି ପାଇଁ ବାହାରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ବସି ପୂର୍ବାହ୍ନ ସମୟରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଅଧିକାରୀ । ତେବେ ଗତକାଲି ସୁଦ୍ଧା ୫ ନମ୍ବର ବିଶିଷ୍ଟ ଆଲମିରା ଓ ୨ ନମ୍ବର ବିଶିଷ୍ଟ ସିନ୍ଦୁକ ଭିତରେ ଥିବା ଅଳଙ୍କାରର ଚାଲିଛି ଗଣତି । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସପି ପ୍ରତୀକ ସିଂ ପ୍ରମୁଖଙ୍କ ଉପସ୍ଥିତିରେ ଗଣତି ମଣତି କରାଯିବ ।
Comments ସମସ୍ତ ମତାମତ