Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆସନ୍ତାକାଲି ଭିତର ରତ୍ନଭଣ୍ଡାର ଗଣତି

    Share on :
    ajab-Image
    Date: Apr 12, 2026    Views: 2453

    ପୁରୀ: ଆସନ୍ତାକାଲି ସୋମବାର ଭିତର ରତ୍ନଭଣ୍ଡାର ଗଣତି କାର୍ୟ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ତାହାର ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀ, ସେବାୟତ ପ୍ରତିନିଧି ଯୋଗଦାନ କରିଛନ୍ତି।

    ରତ୍ନଭଣ୍ଡାର ଉଚ୍ଚସ୍ଥରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଆଭାଷି ମାଧ୍ୟମରେ ଯୋଡି ହୋଇଛନ୍ତି। ବାହାର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ଭିତର ରତ୍ନ ଭଣ୍ଡାରର ଗଣତିକୁ ଶୃଙ୍ଖଳିତ ଭାବେ କରିବା ନେଇ ଆଜି ବୈଠକରେ ବିଚାର କରାଯିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook