Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତି ମଣତି ହେବ

    Share on :
    ajab-Image
    Date: Mar 21, 2026    Views: 2236

    ପୁରୀ: ମାହେନ୍ଦ୍ର ବେଳାରେ ରତ୍ନଭଣ୍ଡାର ଅଳଙ୍କାରର ହେବ ଗଣତି ମଣତି। ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ । ମଧ୍ୟାହ୍ନ ୧୨ଟା ୯ରୁ ଦିନ ୧.୪୫ ମଧ୍ୟରେ ଆରମ୍ଭ ହେବ ଗଣତି ମଣତି। ଏହାର ଭିଡ଼ିଓଗ୍ରାଫି ଓ ଫଟୋଗ୍ରାଫି ସହ ଥ୍ରୀ ଡି ମ୍ୟାପିଂ ବି ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତି ମଣତି ହେବ ଏବଂ ୧୯୭୮ ମସିହାର ପୂର୍ଣ୍ଣାଙ୍ଗ ତାଲିକା ସହ ମେଳ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଅଳଙ୍କାର ଗଣତି ମଣତି ପାଇଁ ସୁପରଭାଇଜିଂ ଟିମ୍ ଓ ହ୍ୟାଣ୍ଡେଲିଂ ଟିମ୍ ଭଳି ଦୁଇଟି ଟିମ୍ ଗଠନ ହୋଇଛି। 
    ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପର ଭାଇଜିଂ ଟିମର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଓ ଜଣେ ସେବାୟତ ସଦସ୍ୟ ମଧ୍ୟ ରହିଛନ୍ତି। ସେହିପରି ହ୍ୟାଣ୍ଡେଲିଂ ଟିମରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇ ଜଣ ସ୍ବର୍ଣ୍ଣକାର ,ଦୁଇ ଜଣ ରତ୍ନପଥର ବିଶେଷଜ୍ଞ ଓ ରିଜର୍ଭ ବ୍ୟାଙ୍କର ଜଣେ ଅଧିକାରୀ ସାମିଲ ରହିବେ।  
    ସ୍ୱର୍ଣ୍ଣ ଅଳଙ୍କାର ସବୁ ହଳଦିଆ ରଙ୍ଗର ଭେଲଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ତାପରେ ସିନ୍ଦୁକରେ ରଖାଯିବ। ସେହିପରି ରୌପ୍ୟ ଅଳଙ୍କାର ସବୁକୁ ଧଳା ବା ସିଲଭର ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ। ବିଶେଷ ଦିନ, ପର୍ବ ପର୍ବାଣୀ ଓ ଶନିବାର-ରବିବାରରେ ଗଣତି ହେବନି। ହାଇକୋର୍ଟ ଗଣତି ମଣତି ଶେଷ ପାଇଁ ୩ ମାସ ସମୟ ଦେଇଛନ୍ତି। ଟ୍ରେଜେରୀରୁ ଚାବି ଆସିବ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିବ ଏବଂ ରତ୍ନଭଣ୍ଡାର ବନ୍ଦ କରାଯିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook