Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ମହାପ୍ରଭୁଙ୍କ ଏହି ତିନି ବେଶ ଦେଖିଲେ ପୁନର୍ଜନ୍ମ ହେବ ନାହିଁ

    Share on :
    ajab-Image
    Date: Jun 25, 2022    Views: 4167

    ଭୁବନେଶ୍ୱର : ଜଗତର ନାଥ ଜଗନ୍ନାଥଙ୍କ ଅପୂର୍ବ ଲୀଳାଖେଳା ଅତ୍ୟନ୍ତ ନିଆରା ଅଟେ । ସ୍ନାନଯାତ୍ରା ହେଉଛି ମହାପ୍ରଭୁଙ୍କର ଜନ୍ମ ତିଥି । ଜ୍ୟେଷ୍ଠ ମାସର ପୂର୍ଣ୍ଣମି ତିଥିରେ ଭକ୍ତ ମାନଙ୍କ ବିନୋଦ ଅର୍ଥରେ ସ୍ନାନ ଯାତ୍ରାରେ ନିଜକୁ ସାମିଲ କରିଥାନ୍ତି ମହାପ୍ରଭୁ । ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଜଣାଯାଏ ଯେ, ଯେତେବେଳେ ମନ୍ଦିର ପ୍ରତିଷ୍ଠା ହୋଇ ସାରିଥିଲା, କୋଟି କୈବଲ୍ୟନାଥ କାଳିଆ ସାଆନ୍ତ ବିଜେ ହେବା ସମୟରେ, ପ୍ରଭୁଙ୍କ ଦରବାର ସମ୍ମୁଖରେ ଥିଲେ ୫ ଜଣ । ସେମାନେ ହେଲେ ବ୍ରହ୍ମା, ବିଦ୍ୟାପତି, ବିଶ୍ୱାବସୁ, ଇନ୍ଦ୍ରଦ୍ୟୁମ୍ନ, ଗୁଣ୍ଡିଚା । ସେହି ସମୟରେ ବ୍ରହ୍ମା ତିନି ଦିନ ଆସିବେ ବୋଲି କହିଥିଲେ । ପ୍ରଭୁ କହିଥିଲେ ଦୋଳ ପୂର୍ଣ୍ଣମି, ସ୍ନାନ ପୂର୍ଣ୍ଣମି ଦିନ ଓ ଗୁଣ୍ଡିଚା ଦିନ ଆସିବ । ଦୋଳ ପୁର୍ଣ୍ଣମି ରେ ଦୋଳ ଗୋବିନ୍ଦ ରୂପରେ, ସ୍ନାନ ପୂର୍ଣ୍ଣମିରେ ମଧୁସୂଦନ ରୂପରେ ଓ ଶ୍ରୀଗୁଣ୍ଡିଚା ଦିନ ବାମନ ରୂପରେ ଦେଖିଲେ ପୁନର୍ଜନ୍ମ ହେବନାହିଁ । 

    ସ୍ଥୂଳକଳେବର ଧରି ରତ୍ନବେଦୀରୁ ସ୍ନାନ ବେଦୀକୁ ଆସିଥାନ୍ତି । ଏହି ଯାତ୍ରାରେ ପ୍ରଭୁ ୧୦୮ ରା ପାଣିରେ ଗାଧୋଇଥାନ୍ତି । ସବୁବେଳେ ଦର୍ପଣରେ ପ୍ରତିବିମ୍ବ ଗାଧାନ୍ତି । ସ୍ନାନ ଯତ୍ରାରେ ୪୨ ଦିନ ସ୍ନାନ ଯାତ୍ରା ହୋଇଥାଏ, ଏହା ଅକ୍ଷତୃତୀୟାଠୁ ଆରମ୍ଭ ହୋଇଥାଏ, ଭକ୍ତିଧୀନ ଭଗବାନ ଧାଡି ପହଣ୍ଠି କରି ଆସିଥାନ୍ତି । ଶୂନ୍ୟ ପହଣ୍ଡିରେ ଆସନ୍ତି ସୁଭଦ୍ରା ଓ ସୁଦର୍ଶନ । ସୁଦର୍ଶନ ପ୍ରଥମେ ଆସନ୍ତି । ଭକ୍ତିର ଶକ୍ତି ହେଉଛନ୍ତି ଶୂନ୍ୟତା । କାଳଚକ୍ରର ଗତି ପରି ଦ୍ରୁତ ଗତିରେ ଆସନ୍ତି ସୁଦର୍ଶନ । ବାଡ ଦଇତାଙ୍କ ପିଠିରେ ଆସନ୍ତି । ତାପରେ ବଳଭଦ୍ର ରେବତୀରମଣ ଓ  ସୁଭଦ୍ରା ଆଲଟ ଚାମରରେ ଆସନ୍ତି । ତାପରେ ଜଗନ୍ନାଥ । ପୂର୍ବ ରାତ୍ରିରୁ ସଂଗୃହିତ ହୋଇଥିବା ସୁନା କୂଅରୁ ୧୦୮ ଗରା ସବର୍ଣ୍ଣ କଳସରେ ଜଳରେ ସମସ୍ତ ତିର୍ଥର ଜଳ ମିଶିଥିବ । ପୂଜାପଣ୍ଡା ବସି ଷୋଡଶ ଉପଚାର ପୂଜା ଲାଗି କରାଯାଏ । ଏହାପରେ ବିଧିବଧ ଭାବରେ ସ୍ନାନ କରାଯାଏ । ସ୍ନାନ ପରେ ଶ୍ରୀଜିଉଙ୍କୁ ଗଣପତି ବେଶ କରାଯାଏ । 

     

    Maximum 500 characters

    ଘରକରଣ View all

    Find Us on Facebook