ମୁଖ୍ୟ ଖବର
ଜନ୍ମବେଦୀରୁ ବାହୁଡ଼ିଯିବେ ମହାପ୍ରଭୁ। ରାତି ପାହିଲେ ବାହୁଡା ଯାତ୍ରା। ଆଜି ଆଡ଼ପ ଶେଷ ଦର୍ଶନ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ। ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ କାର୍ଯ୍ୟ ଅନୁଷ୍ଠିତ ହେବ।
ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ପୂର୍ବର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ। ମହାପ୍ରଭୁଙ୍କ ଏହି ପବିତ୍ର ନୀତିଗୁଡ଼ିକ ସୁରୁଖୁରୁରେ ଓ ନିର୍ବିଘ୍ନରେ ସମ୍ପାଦନ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ।
Comments ସମସ୍ତ ମତାମତ