Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଘଟଣାକୁ ଅଧିକ ବଢାଇ ଆଲୋଚନା କରାଯିବା ଉଚିତ ନୁହେଁ:ପୃଥ୍ୱୀରାଜ

    Share on :
    ajab-Image
    Date: Jul 10, 2024    Views: 3694

    ଭୁବନେଶ୍ୱର: ଗତକାଲି ଆଡପ ପହଣ୍ଡି ସମୟରେ ଚାରମାଳ ଉପରେ ବଡଠାକୁର ବଳଭଦ୍ର ଝୁଙ୍କିପଡିବା ଘଟଣା ଏକ ସାମାନ୍ୟ ଦୁର୍ଘଟଣା ଥିଲା । ଯେଉଁଭଳିିି ଭାବେ ଠାକୁର ଆଗକୁ ଝୁଙ୍କିପଡିଲେ ଏଥିରେ ଠାକୁରଙ୍କର କିଛି କ୍ଷତି ହୋଇନାହିଁ କିନ୍ତୁ ଏଥିରେ ଯେଉଁ ସେବାୟତ ଆହତ ହୋଇଥିଲେ, ସେମାନେ ସୁସ୍ଥ ଅଛନ୍ତି, ସେମାନଙ୍କ ମଧ୍ୟରୁ ଏବେ କିଛି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଉ କିଛି ସେବାୟତ ଏବେ ସେବାରେ ଯୋଗ ଦେଲେଣି । ଏହାକୁ ପ୍ରଭୁଙ୍କର ଏକ ଲୀଳା ବୋଲି କୁହାଯିବ । ଏହାକୁ ନେଇ ଅଧିକ ବଢାଇ ଆଲୋଚନା କରାଯିବା ଉଚିତ ନୁହେଁ’ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।  ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ରଥଯାତ୍ରାକୁ ସୁଚାର ଓ ଶୃଙ୍ଖଳିତ ରୂପେ ଅନୁଷ୍ଠିତ କରାଇଲେ । ଏବେ ଇଚ୍ଛାଧାରୀ ପ୍ରଭୁ ଲୀଳା ଦେଖାଇଛନ୍ତି । ଚାରମାଳ ଉପରେ ଖସିପଡିବା ତାଙ୍କର ଲୀଳା ହୋଇପାରେ । ଏହି ଘଟଣାରେ କାହାର କିଛି ଭୁଲ ନାହିଁ । ମହାପ୍ରଭୁଙ୍କ ଲୀଳା କେବଳ ସେ ଜାଣନ୍ତି । ଆଗାମୀ ଦିନରେ ବାହୁଡା ଯାତ୍ରା ଓ ନୀଳାଦ୍ରି ବିଜେକୁ କିପରି ଆହୁରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ କରାଯିବ ସେନେଇ ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇଛି।

    ପ୍ରକାଶ ଥାଉକି, ଗତକାଲି ଆଡ଼ପ ମଣ୍ଡପ ବିଜେ ବେଳେ ପ୍ରଭୁ ବଳଭଦ୍ର ମୁହଁ ମାଡି ତଳେ ଖସି ପଡିଥିଲେ । ଏହି ଘଟଣାରେ ୧୦ ରୁ ଅଧିକ ସେବାୟତ ଆହତ ହୋଇଥିଲେ। ଅଧିକାଂଶ ସେବାୟତଙ୍କ ହାତ, ଗୋଡରେ ଆଘାତ ଲାଗିଛି। ତେବେ କେହି ଗୁରୁତର ନାହାଁନ୍ତି। ଚିକିତ୍ସା ପରେ ସମସ୍ତଙ୍କୁ ଡିସଚାର୍ଜ କରଯାଇଛି ।

     

    Maximum 500 characters

    ତାଜା ଖବର View all

    Find Us on Facebook