Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଳଭଦ୍ର ପଡ଼ିବାର କାରଣ କହିଲେ ସେବାୟତ

    Share on :
    ajab-Image
    Date: Jul 10, 2024    Views: 3084

    ପୁରୀ:  ରଥ ଉପରୁ ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ବଡଠାକୁର ପ୍ରଭୁ ବଳଭଦ୍ର ମୁହଁ ମାଡି ପଡିଯିବା ଘଟଣା କୋଟି କୋଟି ଜଗନ୍ନାଥପ୍ରେମୀ ତଥା ଓଡ଼ିଶାବାସୀଙ୍କ ଭାବାବେଗକୁ ଆଘାତ ଦେଇଛି । ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଘଟଣାରେ ଆହତ ଆହତ ସେବାୟତ କହିଛନ୍ତି, ରଥ ଉପରେ ଆବଶ୍ୟକତାଠାରୁ ଥିଲେ ଅଧିକ ସେବାୟତ । ଅଧିକ ସେବାୟତ ଥିବାରୁ ଘଟିଲା ଏପରି ଅଘଟଣ । ପ୍ରଭୁଙ୍କ ପଛ ପଟେ ଥିବା ଡୋର ଖସିଗଲା, ଯିଏ ଧରିବା କଥା ଭଲରେ ଧରିନଥିଲେ । ଯେଉଁ ସେବାୟତଙ୍କର ପହଣ୍ଡି ସେବା ନାହିଁ ସେମାନେ ଆସି ପହଣ୍ଡି କରୁଛନ୍ତି ।

    ଅନ୍ୟପକ୍ଷରେ ରଥ ଉପରୁ ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ବଡଠାକୁର ପ୍ରଭୁ ବଳଭଦ୍ର ମୁହଁ ମାଡି ପଡିଯିବାକୁ ମହାପ୍ରଭୁଙ୍କ ଲୀଳା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ରଥଯାତ୍ରାକୁ ସୁଚାର ଓ ଶୃଙ୍ଖଳିତ ରୂପେ ଅନୁଷ୍ଠିତ କରାଇଲେ । ଏବେ ଇଚ୍ଛାଧାରୀ ପ୍ରଭୁ ଲୀଳା ଦେଖାଇଛନ୍ତି । ଚାରମାଳ ଉପରେ ଖସିପଡିବା ତାଙ୍କର ଲୀଳା ହୋଇପାରେ । ଏହି ଘଟଣାରେ କାହାର କିଛି ଭୁଲ ନାହିଁ । ମହାପ୍ରଭୁଙ୍କ ଲୀଳା କେବଳ ସେ ଜାଣନ୍ତି । ଆଗାମୀ ଦିନରେ ବାହୁଡା ଯାତ୍ରା ଓ ନୀଳାଦ୍ରି ବିଜେକୁ କିପରି ଆହୁରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ କରାଯିବ ସେନେଇ ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇଛି।

    ପ୍ରକାଶ ଥାଉକି, ଗତକାଲି ଆଡ଼ପ ମଣ୍ଡପ ବିଜେ ବେଳେ ପ୍ରଭୁ ବଳଭଦ୍ର ମୁହଁ ମାଡି ତଳେ ଖସି ପଡିଥିଲେ । ଏହି ଘଟଣାରେ ୧୦ ରୁ ଅଧିକ ସେବାୟତ ଆହତ ହୋଇଥିଲେ। ଅଧିକାଂଶ ସେବାୟତଙ୍କ ହାତ, ଗୋଡରେ ଆଘାତ ଲାଗିଛି। ତେବେ କେହି ଗୁରୁତର ନାହାଁନ୍ତି। ଚିକିତ୍ସା ପରେ ସମସ୍ତଙ୍କୁ ଡିସଚାର୍ଜ କରଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook