Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Ratha yatra

ମୁଖ୍ୟ ଖବର

    ଇତିହାସରେ ରଥ ଯାତ୍ରା : ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା

    Share on :
    ajab-Image
    Date: Jun 10, 2023    Views: 2473

    ପୁରୀ :  ୧୯୨୨ ମସିହାରେ ନବ ଯୌବନ ବର୍ଶନ ବେଳେ  ଦଳାଚକଟାରେ ୧୮ ଜଣଙ୍କ  ମୃତ୍ୟୁ  ଘଟିଥିଲା । ଏହି କାରଣରୁ ସେଇବର୍ଷ  ରଥ ଯାତ୍ରା  ଏକ ସପ୍ତାହ  ବିଳମ୍ବରେ  ପାଳନ କରାଯାଇଥିଲା । ୧୯୨୨ ମସିହା ଜୁନ ୧୪ ତାରିଖ । ଅନବସର  ପରେ ପ୍ରଥମ  ମନ୍ଦିର  ଖୋଲାଯାଇଥିଲା । ମହାପ୍ରଭୁଙ୍କ ନନଯୌବନ  ଦର୍ଶନ ପାଇଁ ବିପୁଳ ଭକ୍ତ  ସମାଗମ ହୋଇଥାଏ ।  ଯେପରି କୌଣସି ଅଘଟଣ ନଘଟେ  ସେଥିପାଇ ବ୍ରିଟିସ ସରକାର ସମସ୍ତ ସତର୍କତାମୂଳକ  ବ୍ୟବସ୍ଥା ଗ୍ରହଣ  କରିଥିଲେ । ମାତ୍ର  ଶ୍ରୀମନ୍ଦିର ଭିତରକୁ କେବଳ ହିନ୍ଦୁମାନଙ୍କ ପ୍ରବେଶ କରିବାର ଅଧିକାର ଥିବା ଯୋଗୁ ମନ୍ଦିର ଭିତରେ ବ୍ରିଟିସ ସରକାରଙ୍କ ନିୟନ୍ତ୍ରଣରେ ନଥିଲା । 

    ତେବେ ଶ୍ରୀମନ୍ଦିର ଭିତରେ  ଯେପରି ଏକାଠି ବହୁ  ଯାତ୍ରୀ ଜମା  ହୋଇ ନ ରୁହନ୍ତି  ସେଥିପାଇ  ବ୍ରିଟିସ ସରକାର ସେବାୟତମାନଙ୍କ ଉପରେ ନିର୍ଭର କରୁଥିଲେ ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଯୁଗେ ଯୁଗେ  ରଥ ଯାତ୍ରା  ପୁସ୍ତକର ତଥ୍ୟ ଏସିଆଟିକ ଜର୍ଣ୍ଣାଲ  ରିପୋର୍ଟ ମୁତାବକ, ୧୮୨୨ ସସିହା  ଜୁନ ୧୪ ତାରିଖରେ  ଶ୍ରୀମନ୍ଦିର ଦ୍ୱାର ଖୋଲା  ହେବା କ୍ଷଣି ଏକକାଳୀନ  ବହୁ ଭକ୍ତ ପ୍ରବେଶ  କରିଥିଲେ ।  ଗୋଡଖସି ଯିବାରୁ ୧୮ ଜଣ ଭକ୍ତ ତଳେ ପଡିଯାଉଥିଲେ ।  ସେମାନଙ୍କୁ କେହି ଉଠାଇବା ପୂର୍ବରୁ  ଭିଡରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।  ବହୁ କଷ୍ଟରେ ପୁଣି ମନ୍ଦିର ଫାଟକ ବନ୍ଦ କରାଯାଇଥିଲା ।  ପରେ ମନ୍ଦିର ଭିତରେ ପଡିଥିବା ଭକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।  କିନ୍ତୁ ବହୁ ଡେରିହୋଇ ଯାଉଥିବାରୁ ୧୮ ଜଣଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା । 

    ତତକାଳୀନ ସାମାଜିକ ବ୍ୟବସ୍ଥା ଅନୁଯାୟୀ. ମୃତ ଦେହକୁ ହରିଜନଙ୍କ ଛଡା  ଅନ୍ୟମାନେ ଉଠାଇବାର  ନିୟନ ନଥିଲା । ଅନ୍ୟପକ୍ଷରେ ହରିଜନଙ୍କୁ ମନ୍ଦିର ପ୍ରବେଶ ବାରଣ ଥିଲା । ପୁଣି ଯେଉଁ ଫାଟକ ଦେଇ ଏହି ମୃତଦେହ ବାହାର କରାଯିବ  ସେହିି ବାଟ ଦେଇ ପରବର୍ତ୍ତୀସମୟରେ  କେହି ଆସିବାକୁ ଚାହିଁଲେ ନାହିଁ ।  ପରବର୍ତ୍ତୀ ଆଗନ୍ତୁକଙ୍କ ପାଇଁ ଏହା ଅଶୁଭ ଶଙ୍କେତ ବୋଲି ବିଶ୍ୱାସ କରୁଥିଲେ । ତେଣୁ  ଏହାର ସମାଧାନ  ପାଇଁ  ଶେଷରେ  ଅଙ୍କୁଶ ଓ ଦଣ୍ଡା ମାଧୟମରେ  ଶବଗୁଡିକୁ  ସ୍ଥାନାନ୍ତର  କରାଗଲା । ମନ୍ଦିର ପ୍ରାଚୀର ଦେଇ ବାହାରକୁ ଶବଗୁଡିବ ଫୋପାଡି ଦିଆଯାଇଥିଲା । 

    ଏହି କାରଣରୁ ମହାପ୍ରଭୁଙ୍କ ରଥ ଯାତ୍ରା ଗୋଟାଏ ସପ୍ତାହ ବିଳମ୍ବରେ ହୋଇଥିଲା ।  ୧୮୨୨ ମସିହା ଜିନ ୨୧ ତାରିଖରେ  ରଥ ଯାତ୍ରାରେ  ଭକ୍ତଙ୍କ ବିପୁଳ ସମାଗମ ହୋଇଥିଲା ।  ୟୁରୋପୀୟ ପୁରୁଷ ଓ ସ୍ତ୍ରୀମାନେ ହାତୀ ଉପରେ ବସି  ରଥ ଯାତ୍ରା ଦେଖିଥିଲେ । କିନ୍ତୁ ୬ ଜଣ ଭକ୍ତ ରଥ ଟାଣିବା ଆଶାରେ ରଥର ଅତି ନିକଟରେ  ଠିଆ ହୋଇଥିଲେ । କିନ୍ତୁ ହଠାତ ଦୌଡି ଅନ୍ୟମାନଙ୍କ ହାତରୁ ଖସି ଯାଇଥିଲା । ଫଳଳରେ ସେଇ ୬ ଜଣ ଗହଳି  ଭିତରେ ପଡିଯାଇଲେ ।   ସେମାନଙ୍କ ମଧ୍ୟରୁ ୪ ଜଣଙ୍କଉପରେ ରଥ ଚଢି ଯାଇଥିଲା  ।  ୪ ଜଣ ପ୍ରାଣ ହରାଇଥିଲେ ।  ପଞ୍ଚମ ବ୍ୟକ୍ତର ଗୋଡ ଭାଙ୍ଗି ଯାଇଥିଲା । ଆଉ ଜଣେ ଅଳ୍ପେକେ ବଞ୍ଚି ଯାଇଥିଲେ ।

    Maximum 500 characters

    Ratha yatra View all

    Find Us on Facebook