Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Ratha yatra

ମୁଖ୍ୟ ଖବର

    ସମ୍ବଲପୁର ରଥଯାତ୍ରାର ନିଆରା ପରମ୍ପରା ରଥଛିଆଁ ବିଧି

    Share on :
    ajab-Image
    Date: Jun 9, 2023    Views: 2574

    ସମ୍ବଲପୁର: ସମ୍ବଲପୁରରେ ଶୈବ, ଶାକ୍ତ, ଏବଂ ବୈଷ୍ଣବ ଧର୍ମର ସମନ୍ୱୟ ଦେଖିବାକୁ ମିଳେ । ଏଠାକାର ସବୁ ଗ୍ରାମରେ ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ  । ଏଠାରେ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା କରାଯାଏ  । ଏଠାରେ ପାଳନ କରାଯାଉଥିବା ରଥଯାତ୍ରାରେ ସାମାନ୍ୟ ଭିନ୍ନ ପରମ୍ପରା ଦେଖିବାକୁ ମିଳେ  । ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା ହେଲାପରେ ୧୫୪୯ରେ ଚୌହାନ ଶାସକମାନେ ଏହାକୁ ରାଜଧାନୀ କରିଥିଲେ  । ୧୮୪୯ ମସିହା ବେଳକୁ ରାଜାମାନେ ଏଠାରେ ମନ୍ଦିର ପ୍ରତିଷ୍ଠା କରାଇଥିଲେ  । ତୃତୀୟ ରଜା ବଳଭଦ୍ର ଦେବଙ୍କ ସମୟରେ ମହାନଦୀ ଖାଡ଼ି ଝାଡ଼ୁଆପଡ଼ା ଏବଂ ବ୍ରହ୍ମପୁରା ଦେଉଳ ତିଆରି ହୋଇଥିଲା  । ଏହି ଦେଉଳରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଉଛନ୍ତି  । ଦେଉଳ ପ୍ରତିଷ୍ଠା ପରଠୁ ରଥଯାତ୍ରା ପରମ୍ପରା ଏଠାରେ ଆରମ୍ଭ ହୋଇଥିଲା  ।

    ସମ୍ବଲପୁର ସହରରେ ଥିବା ୨୭ ଜଗନ୍ନାଥ ମନ୍ଦିରରୁ ୨୫ଟିରେ ରଥଯାତ୍ରା ଅନୁଷ୍ଠିତ ହେଉଛି  । ଝାଡ଼ୁଆପଡ଼ା, ବ୍ରହ୍ମପୁରା, ମହାନ୍ତିପଡ଼ା, ଦଧିବମାନ, କୁଞ୍ଜେଲପଡ଼ାର ହୋତାପଡ଼ା, ହାଟ ପଡ଼ାର ସତ୍ୟବାଦୀ, ଦଳେଇପଡ଼ାର ମଦନମୋହନ, ଲିଆଖାଇ, ଯଜ୍ଞ ବରାହ, ଗୁରୁପଡ଼ାର ଟିମନୀ, ବାଲିବନ୍ଧର କୋଠା ମହାପ୍ରଭୁ, ମୁଦୀପଡ଼ାର ଜଗନ୍ନାଥ, ମଠପାଲିର ରାଣୀମଠ, ଭାତରାର ରାମଜୀ ମଠ, ଧନୁପାଲିର ଗୋପାଳଜୀ, କ୍ଷେତରାଜପୁର, ବଡ଼ବଜାର, ବାଲିବନ୍ଧର ରଘୁନାଥଜୀଉ,ସାକ୍ଷୀପଡ଼ାର ରାଧାମଦନଗୋପାଳ ମନ୍ଦିରରେ ଶ୍ରୀ ଜଗନ୍ନାଥ ପୂଜା ପାଆନ୍ତି  । ଏମାନଙ୍କ ମଧ୍ୟରୁ ଅନେକ ସ୍ଥାନରେ ଜଗନ୍ନାଥଙ୍କ ସମେତ ବଳଭଦ୍ର ଓ ସୁଭଦ୍ରା ଏକାଠି ପୂଜା ପାଆନ୍ତି  । ପଚାଶ ଦଶକ ବେଳକୁ ହୀରାକୁଦ ନଦୀବନ୍ଧ ତିଆରି ଲାଗି କିଛି ମନ୍ଦିର ବୁଡ଼ିଗଲା  । ସେ ଭିତରୁ ସହର ବୁଢ଼ାରଜାରେ ବସ୍ତି ଆରମ୍ଭ କରିଥିବା ଉଦବୁସ୍ତ ପରିବାରମାନେ ସେମାନଙ୍କ ବାପା ଅଜାଙ୍କ ପତରା ଗାଁରୁ ୩ବିଗ୍ରହ ଆଣି କରି ରଥଯାତ୍ରା ଆରମ୍ଭ କରିଥିଲେ  । ରଥଯାତ୍ରାଦିନ ରଥଗୁଡ଼ିକ ପଛକୁ ପଛ ହୋଇ ଯାତ୍ରା କରନ୍ତି ।

    ରଥଯାତ୍ରାର ନଅ ଦିନ ଜଗନ୍ନାଥ ନଅଟି ଭିନ୍ନ ଭିନ୍ନ ବେଶରେ ସଜେଇ ହୁଅନ୍ତି  । ଶେଷ ଦିନରେ ବରହମପୁରା ମନ୍ଦିରର ମହାପୁରୁ ରାଜ୍ୟ ଅଭିଷେକ ଅବତାରରେ ଧାରଣ କରନ୍ତି  । ତାଙ୍କୁ ୧୦୮ ପ୍ରକାର ଅଳଙ୍କାରରେ ବେଶ ଲାଗି ହୁଏ  । ମନ୍ଦିରରେ ଗମ୍ଭୀରା ଭିତରକୁ ପହଣ୍ଡି ବିଜେ କଲାବେଳେ ବଚନିକା ପାଠ କରାଯାଏ  । 

    ରଥଛୁଆଁ / ରଥଛିଆଁ ବିଶ୍ୱାସ
    ସମ୍ବଲପୁରରେ ରଥଛିଆଁ ଗୋଟିଏ ଅଲଗା ଓ ନିଆରା ପରମ୍ପରା  । ଜନମ ହେଲା ଛୁଆକୁ ଭାତ ଖୁଆ ହେଲା ପରଠୁ ଦେଉଳ ପ୍ରବେଶ ବିଧି ଅଛି  । ଏହା ଆଗରୁ ରଥଛିଆଁ ବିଧି ଅଛି  । ରଥଯାତ୍ରା ବେଳେ ଛୁଆମାନଙ୍କୁ ନୂଆ କନା ନୂଆ ଜାମା ପିନ୍ଧାଇ ରଥାଋଢ଼ ବିଗ୍ରହଙ୍କୁ ଦର୍ଶନ କରାଯାଏ  । ଏହାଦ୍ୱାରା ଛୁଆର ଭବିଷ୍ୟତ ଉଜ୍ଜ୍ୱଳ ହେବାର ବିଶ୍ୱାସ କରାଯାଏ  । ସେଥିପାଇଁ ମା ବାପାମାନେ ଛୁଆକୁ ରଥଛିଆଁ କରେଇଥାଆନ୍ତି  ।

     

    Maximum 500 characters

    Ratha yatra View all

    Find Us on Facebook