Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Ratha yatra

ମୁଖ୍ୟ ଖବର

    ରଥ ନିର୍ମାଣ ପଦ୍ଧତି କଳିଙ୍ଗର ଏକ ଗୁରୁତ୍ୱପୂର୍ଣ୍ଣ କଳା

    Share on :
    ajab-Image
    Date: Jun 8, 2023    Views: 3193

    ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ବାରମାସରେ ତେରଯାତ୍ରା ମଧ୍ୟରୁ ସାରାବିଶ୍ୱପ୍ରସିଦ୍ଧ ଅଦ୍ୱିତୀୟ ଯାତ୍ରା ହେଉଛି ରଥଯାତ୍ରା । ବ୍ରହ୍ମପୁରାଣ ମତରେ ରଥଯାତ୍ରା ହିଁ ଦ୍ୱିତୀୟ ଶତାବ୍ଦୀର ବୋଲି ସ୍ପଷ୍ଟ ପ୍ରମାଣିତ । ସ୍କନ୍ଦ ପୁରାଣରେ ମଧ୍ୟ ଗୁଣ୍ଡିଚା ଯାତ୍ରାର ପ୍ରମାଣ ରହିଛି  । ରଥସ୍ଥ ବାମନରୂପକୁ ଦର୍ଶନ କରୁଥିବା ବ୍ୟକ୍ତି ହିଁ ମୁକ୍ତି ଭାଗୀ ଅଟେ  । ଗୁଣ୍ଡିଚା ଯାତ୍ରାରେ ବ୍ୟବହୃତ ରଥ ଦାରୁରେ ନିର୍ମିତ । ରଥ ତିନୋଟି ନିର୍ମାଣ ସମ୍ବନ୍ଧରେ ମାନସାର, ଅପରାଜିତା ଗୁଚ୍ଛ, ଶୁଲ୍ୱସୂତ୍ର, ବିଶ୍ୱକର୍ମୀୟ ରଥ  ନିର୍ମାଣ ପଦ୍ଧତି, ଗୃହ କର୍ଣ୍ଣିକା, ଶିଳ୍ପସାର  ସଂଗ୍ରହାବ ଗ୍ରନ୍ଥାମାନଙ୍କରେ ବର୍ଣ୍ଣନା କରାଯାଇଛି  । ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ପ୍ରତ୍ୟେକ ରଥକୁ ୨୭ ଭାଗ କରାଯାଇଛି  ।

    ଯାହାକି ଚତୁଃର୍ଦ୍ଧାମୂର୍ତ୍ତିଙ୍କ ଶରୀରରେ  ଅବସ୍ଥାପନ କରିଥିବା ୨୭ ନକ୍ଷେତ୍ରକୁ ନେଇ ଏହି ଭାଗମାନ କରାଯାଇଛି  । ଏଣୁ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଗ୍ରହରୂପୀ ଜନାର୍ଦ୍ଦନ ବୋଲି କୁହାଯାଏ  । ପ୍ରତ୍ୟେକ ଭାଗକୁ ଚଉଠା  ଓ ଚଉଠାର  ଦେଢ ଭାଗକୁ ଅଙ୍ଗୁଳ ବା କଳା ଭାବରେ  ପରିମାପ ରହିଛି  । ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା, ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ  । ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ଦ୍ୱିତୀୟ ଧାରଣାର ଲମ୍ବ ୨୧ ଚଉଠା ଓ ତୃତୀୟ  ଧାରଣାର ଲମ୍ବ ୧୫ ଚଉଠା, ମୁହାଣର ଲମ୍ବ ୧୫ ଚଉଠା, କୁଡୁକାର ଲମ୍ବ ଧାରଣା ମଝୀଲକୁ ୩ ଚଉଠା  । ଏପରି ଚାରିକୋଣରେ ୮ କୁଡୁକା ଦେବ  ।  ବଡ ଅଖ ଲମ୍ବ ୩୦ ଚଉଠାକୁ ବାରଭାଗ କରାଯାଏ  । ଏହିପରି ରଥ ନିର୍ମାଣର ଭାଷା ଗ୍ରନ୍ଥମାନଙ୍କରେ ପରିଦୃଷ୍ଟି ହୁଏ  । ଶ୍ରୀଜଗନ୍ନାଥଙ୍କର ରଥ ନିର୍ମାଣ ପଦ୍ଧତି ହିଁ କଳିଙ୍ଗ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ କଳା  । ଏହାର ପ୍ରବର୍ତ୍ତକ ପ୍ରଭାକର କଳିଙ୍ଗ  । 

    ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ଅଂଶଗୁଡିକକୁ ଚକ, ଦଣ୍ଡିଆ, ଅର , ବାଙ୍କି,  ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଇପଟା,  ସିଂହାସନ , କନକମୁଣ୍ଡେଇ, ଭୂମି, ଷୋଳନାହାକ, ମକରଦଣ୍ଡା, ବସନ୍ତ, ଦୁଆର ଘୋଡା, ସାରଥୀପୀଡା,  କୁମ୍ଭପଟି,  ରାହୁପଚି,  ଆଠନାହାକା, ପୀଡ, ଋଷିପଟା, ଦଣ୍ଡା, ପାରାଭାଡି, ଖପୁରୀ, ପାଦ, ଓଲଟଶୁଣା, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କେତନ କୁହାଯାଏ  ।  ଏହି ସମସ୍ତ ଅଂଶଗୁଡିକୁ ବାଣ୍ଟି ସାତ  ଶ୍ରେଣୀର ରଥକାର ବିଭିନ୍ନ କାର୍ଯ୍ୟର ଦାୟିତ୍ୱ ବହନ  କରନ୍ତି  । ୧.ଗୁଣାକାର, ୨.ମୁଖ୍ୟ ରଥକାର, ୩.ଲୌହକାର ବା କଣ୍ଟନାୟକ, ୪.ଛନ୍ଦାକାର, ୫.ରୂପକାର, ୬.ଚିତ୍ରକାର ନାୟକ, ୭.ସୂଚୀକାର ବା ସିପୁଟି ନାୟକ । ଏହି ସପ୍ତନାୟକଙ୍କ ବ୍ୟତୀତ ଜଉଶାଳିଆ ଓ ରଙ୍ଗତା ଏହି ଦୁଇଶ୍ରେଣୀର କର୍ମକାରଙ୍କ ସ୍ୱତନ୍ତ୍ର ନିଯୋଗ ମଧ୍ୟ ରହିଛି । 

    Maximum 500 characters

    Ratha yatra View all

    Find Us on Facebook