Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନୟାଗଡ଼ରୁ ପୁରୀ ଗଲା ରଥକାଠ

    Share on :
    ajab-Image
    Date: Jan 20, 2026    Views: 2889

    ନୟାଗଡ଼: ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ ୮୩ ଖଣ୍ଡ ରଥ କାଠ ପୁରୀ ଅଭୀମୁଖେ ଯାତ୍ରା କରିଛି । ଏ ନେଇ ଦଶପଲ୍ଲା ମହାବୀର ମନ୍ଦିର ପ୍ରାଙ୍ଗଣରେ ସକାଳେ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ବହୁ ଜନସାଧାରଣ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା।
    ଅନ୍ୟପକ୍ଷେ ଟ୍ରକର ଯାଇଥିବା ରଥକାଠ ନୟାଗଡ଼ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ସେଠାରେ ମଧ୍ୟ ପୂଜା କରାଯାଇଛି। ଏଠାରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବର୍ଚ୍ଚନ ବେହେରା  ପୂଜାରେ କର୍ତ୍ତାହୋଇ ବସିଥିବାବେଳେ ମହାନଦୀ ବନ୍ୟ ପ୍ରାଣୀ ଡିଏଫଓ, ଏସିଏଫ୍‌ ହିମାଂଶୁ ମୁଦୁଲି ସମେତ ବନ କର୍ମଚାରୀ ଉପସ୍ଥିତ ଥିଲେ। ପରେପରେ ରଥକାଠ ଟ୍ରକ୍‌ ପୁରୀ ଅଭୀମୁଖେ ଯାତ୍ରା କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook