Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶୈଳ ଶ୍ରୀକ୍ଷେତ୍ରରେ ଗଡ଼ିଲା ତିନି ରଥ, ମା’ ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

    Share on :
    ajab-Image
    Date: Jul 17, 2026    Views: 3040

    ଅନୁଗୋଳ: ଅନୁଗୋଳ ଜିଲାର ପ୍ରସିଦ୍ଧ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଠାକୁର ମାନଙ୍କ ଅଣସର ବେଦୀରେ ଦ୍ବାରା ପିଠା ମଙ୍ଗଳ ଆଳତି ପରେ ମଇ ଲମ ତଡପ ଲାଗି ପରେ ଅନ୍ୟ ସମସ୍ତ ନୀତିକାନ୍ତି କରାଯାଇଥିଲା । ବିଧି ପୂର୍ବକ ସକାଳର ନିର୍ଧାରିତ ସମୟରେ ରୁନ୍ଧା ଫିଟା ଯିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ଦଇତା ସେବାୟତ ମାନେ ଧାଡ଼ି ପହଣ୍ଡିରେ ଆଣି ତିନି ଠାକୁରଙ୍କୁ ରଥାରୁଡ କରାଇଥିଲେ। ଝିପି ଝିପି ବର୍ଷାରେ ଚତର୍ଦ୍ଧାମୂର୍ତ୍ତିଙ୍କର ଶେଷ ହୋଇଥିଲା ପହଣ୍ଡି ।ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା ଶୈଳ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ । ଶ୍ରୀକ୍ଷେତ୍ରର ରୀତିନୀତି ପରି ଏଠାରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଦିନ ପ୍ରାୟ ୧ ଟାରେ ଆରମ୍ଭ ହୋଇଥିଲା ଛେରାପହଁରା । ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିଚାଳନା ସମିତିର ଉପ ସଭାପତି ଏସପି ରାହୁଲ ଜୈନ ତିନି ରଥରେ ଛେରାପହଁରା କରିଥିଲେ ।ନିର୍ଦ୍ଧାରିତ ସମୟରେ ଅର୍ଥାତ ଅପରାହ୍ନ ତିନିଟା ଆରମ୍ଭ ହୋଇଥିଲା ରଥଟଣା । ପାଗ ସାମାନ୍ୟ ପରିବର୍ତ୍ତନ ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ତିନି ରଥକୁ ଶୈଳ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ ଟାଣି ଅମଲାପଡ଼ା ଶ୍ରୀ ଗୁଣ୍ଡଚା ମନ୍ଦିରରେ ପହଞ୍ଚାଇଥିଲେ । ରଥ ଯିବା ରାସ୍ତାରେ ଅନୁଗୋଳ ଥାନା ସମ୍ମୁଖରେ ସ୍ବତନ୍ତ୍ର ପୂଜା ନୀତି ପରେ ଗୋଟିଏ ପରେ ଗୋଟିଏ ରଥ ଆସି ପହଁଥିଲା ଅମଲାପଡାର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ।

    ରାତି ପ୍ରାୟ ଆଠଟା ପାଖାପାଖି ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଥିଲା ନନ୍ଦିଘୋଷ ରଥ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିଥିଲେ । ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଆଣିଥିଲେ । ଜିଲା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook