Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରଥଯାତ୍ରା ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ୨୯ ଗଛ ଚିହ୍ନଟ

    Share on :
    ajab-Image
    Date: Mar 21, 2023    Views: 3410

    ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ କିଛି ଦିନ ପୂର୍ବରୁ ରଥଯାତ୍ରା କମିଟିର କିଛି ସେବାୟତ ଉତ୍ତର ଘୁମୁସର ବନଖଣ୍ଡର କର୍ମଚାରୀ ମିଶି ବିଭିନ୍ନ ଜଙ୍ଗଲରେ ରଥକାଠ ଖୋଜାଖୋଜି କରୁଥିଲେ। ରଥ କାଠ ଉପଯୋଗୀ ୩ଟି ଗଛକୁ ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳର ପୁରୁଣା ପାଣି ଜଙ୍ଗଲରୁ ଚିହ୍ନଟ ହୋଇଛି। 

    ଠିକ୍ ସେହିଭଳି ଆଖପାଖ ରେଞ୍ଜ ତାରସିଂ ଓ ମୂଜଗଡ଼ ବାଇବାଲି ଅଞ୍ଚଳରୁ ୨୬ ଟି ଗଛ ଚିହ୍ନଟ କରାଯାଇଛି। ଏହି ଚିହ୍ନଟ ପ୍ରକ୍ରିୟାରେ ପୁରୀ ମନ୍ଦିର ପ୍ରଶାସନ ସେବାୟତ ସୁଦର୍ଶନ ମେକାପଙ୍କ ସହ ୬ଜଣ ସେବାୟତ, ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ରେଞ୍ଜର ବିମ୍ବାଧର ସାହୁ, କୁମର ବେହେରା ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।

     
     
     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook