Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭାରତ ନିର୍ମାଣର ଟାଇଟାନ୍‌ ଚାଲିଗଲେ: ଧର୍ମେନ୍ଦ୍ର

    Share on :
    ajab-Image
    Date: Oct 10, 2024    Views: 4747

    ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଭାରତ ନିର୍ମାଣର ଟାଇଟାନ୍‌ ଚାଲିଗଲେ । ସ୍ୱର୍ଗତ ରତନ ଟାଟା ସୁନାର ହୃଦୟର ମଣିଷ ଥିଲେ । ଦେଶର ଶିଳ୍ପ ବିକାଶ ଓ ସମାଜସେବାରେ ତାଙ୍କ ଯୋଗଦାନ ସବୁବେଳେ ମନେ ରହିବ । ସିଏ ଏପରି ଜଣେ ଶିଳ୍ପପତି ଯିଏ ସମାଜକୁ କିଛି ଦେବାରେ ବିଶ୍ୱାସ କରୁଥିଲେ । କୋଟି କୋଟି ଯୁବକଙ୍କୁ ସେ ସର୍ବଦା ପ୍ରେରଣା ଦାୟୀ ହୋଇ ରହିବେ । ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ପ୍ରଧାନ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । 

     ଆରପାରିରେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟା। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ତାଙ୍କୁ ଦର୍ଶନ ପାଇଁ ସକାଳ ୧୦ଟାରୁ ୪ଟା ପର୍ୟ୍ୟନ୍ତ ଏନସିପିଏରେ ରଖାଯିବ।ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁ ହେତୁ ଆଜି ମୁମ୍ବାଇରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ୟ୍ୟକ୍ରମ ବାତିଲ କରାଯାଇଛି ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook