ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । କ୍ୟାପିଟାଲ୍ ହସ୍ପିଟାଲ୍ର ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ରଶ୍ମିରେଖା ୩ ମାସର ଗର୍ଭବତୀ ଥିଲେ । ଯାହାକି ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ଏହି ଖବର ଜଣାପଡ଼ିବା ପରେ ପୁଲିସ୍କୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ପାଇଁ ନୂଆପଲ୍ଳୀ ଥାନା ପୁଲିସ୍ ୨ଟି ଟିମ୍ ଗଠନ କରିଛି ।
ଖବର ଅନୁଯାୟୀ, ଗତ ଶନିବାର ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ରବିବାର ଶବ ବ୍ୟବଚ୍ଛେଦ ହୋଇଥିଲା । ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା ଅଭିନେତ୍ରୀ ରଶ୍ମିରେଖା ୧୨ରୁ ୧୪ ସପ୍ତାହ ଗର୍ଭବତୀ ଥିଲେ । ଏ ସଂପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ଉକ୍ତ ରିପୋର୍ଟ ଗୁରୁବାର କମିଶନରେଟ୍ ପୁଲିସ୍କୁ ହସ୍ତାନ୍ତର କରାଯିବ । ଏହି ଘଟଣା ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି । ପୁଲିସ୍ ପୂର୍ବରୁ ଦେଇଥିବା ସୂଚନା ମୁତାବକ ରଶ୍ମିରେଖାଙ୍କ ମୃତ୍ୟୁର ୪୫ ଦିନ ପୂର୍ବରୁ ଉଭୟଙ୍କ କୋର୍ଟ ମ୍ୟାରେଜ୍ ହୋଇଥିଲା । ସେଥିରୁ ଜଣାପଡୁଛି ରଶ୍ମିରେଖା ଗର୍ଭବତୀ ହେବାପରେ ଜିଦ୍ ଧରିଥିଲେ ବିଧିମତେ ବାହା ହେବାକୁ । ତେବେ ପୁରୁଷ ବନ୍ଧୁ ସନ୍ତୋଷ ରାଜି ନଥିଲେ ।
Comments ସମସ୍ତ ମତାମତ