ମୁଖ୍ୟ ଖବର
ସମ୍ବଲପୁର: ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ହୋଇଛି । ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ଚାଲିଛି ଚିକିତ୍ସା । ସ୍ନାୟୁଜନିତ ସମସ୍ୟା ପାଇଁ ଅସୁସ୍ଥ ହୋଇପଡିଛନ୍ତି ରାସେଶ୍ୱରୀ । ଗତକାଲି ରାତିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଘଟୁଛି । ଡାକ୍ତରମାନେ ତାଙ୍କ ଘରକୁ ଆସି ଚିକିତ୍ସା କରୁଛନ୍ତି । ଦୁଇ ବର୍ଷ ପୂର୍ବରୁ ସ୍ନାୟୁଜନିତ ସମସ୍ୟା ଯୋଗୁଁ ତାଙ୍କର ଗୋଟିଏ ଗୋଡ ଉପରେ ସମସ୍ୟା ଦେଖା ଦେଇଥିବା ସୂଚନା ମିଳିଛି ।
ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ୨୦୧୪ରେ ଓଡ଼ିଶା ବିଧାନସଭାକୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ବିଜେଡିରୁ ଟିକେଟ ପାଇ ସମ୍ବଲପୁରରୁ ନିର୍ବାଚନ ଲଢି ବିଧାୟିକା ହୋଇଥିଲେ । ପେଷାରେ ସେ ଜଣେ ଡାକ୍ତର ।
Comments ସମସ୍ତ ମତାମତ