Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖୁବ୍ ଶୀଘ୍ର ବନ୍ଦ ହେବ ଉବେର ଓ ରାପିଡୋ ବାଇକ୍‌ ସେବା

    Share on :
    ajab-Image
    Date: Nov 13, 2026    Views: 3313

    ଭୁବନେଶ୍ୱର : ଲୋକେ ସହଜରେ ଓ ନିଜ ବଜେଟରେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବାକୁ ମାତ୍ର ଗୋଟିଏ କ୍ଳିକରେ ସମ୍ଭବ ହେଉଥିଲା ରାପିଡୋ ଓ ଉବେର ବାଇକରେ। ମାତ୍ର ଏହି ସୁବିଧା ଆଉ ମିଳିପାରିବ ନାହିଁ। ଖୁବ୍ ଶୀଘ୍ର ରାଜ୍ୟରେ ବନ୍ଦ ହେବାକୁ ଯାଉଛି ଉବେର ଓ ରାପିଡୋ ବାଇକ୍‌ ସେବା। ଉବେର ଓ ରାପିଡୋରେ ବ୍ୟବହୃତ ପ୍ରାଇଭେଟ ନଂ ୨ ଚକିଆ ଗାଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉବେର ଓ ରାପିଡୋର ନୋଡାଲ ଅଧିକାରୀଙ୍କୁ ଏନେଇ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ। ମୋଟର ଭେଇକିଲ ଆକ୍ଟର ଉଲଂଘନ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରାଇଭେଟ ଗାଡ଼ିକୁ ଯାତ୍ରୀ ପରିବହନ କ୍ଷେତ୍ରରେ ବ୍ୟବହାର କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଏହି ସେବା ଗୁଡ଼ିକ ବନ୍ଦ କରିବେ। ନିର୍ଦ୍ଦେଶ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ତେବେ ଉବେର କାର ଓ ଅଟୋ ପୂର୍ବ ଭଳି ଚାଲିପାରିବ ବୋଲି ସ୍ପଷ୍ଟ କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook