ମୁଖ୍ୟ ଖବର
ଭଦ୍ରକ: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ । ମୁଖ୍ୟ ଅଭିଯୁକ୍ତ ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ ଜଗତସିଂହପୁରରୁ ଗିରଫ କରିଛି ଚାନ୍ଦବାଲି ଥାନା ପୋଲିସ । ୩୦ ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍। ଜିଲ୍ଲା ଏସ୍ପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି । ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ। ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା ଅଛି । ସମ୍ବେଦନଶୀଳତା ଦୃଷ୍ଟିରେ ରଖି ତଦନ୍ତକୁ ତ୍ବରିତ୍ବ କରିବାକୁ ନିର୍ଦ୍ଦେଶ । ସମସ୍ତ ସାଇଣ୍ଟିଫିକ୍ ପ୍ରମାଣପତ୍ର ଯୋଗାଡ କରିବା ଉପରେ ଦିଆଯାଇଛି ଗୁରୁତ୍ବ । ଦୋଷୀଙ୍କ ଉପରେ ଯେପରି ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଚାନ୍ଦବାଲି ଅଞ୍ଚଳର ଜଣେ ୧୦ ବର୍ଷିୟା ନାବାଳିକା ଦିନ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ପରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଅନ୍ଧକାର ଭିତରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଘେରିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇଥିଲା ।
Comments ସମସ୍ତ ମତାମତ