Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଛାତିଥରା ଘଟଣା: ନାବାଳିକାଙ୍କୁ କାର୍ ଭିତରେ ଗଣବଳାତ୍କାର

    Share on :
    ajab-Image
    Date: Sep 3, 2026    Views: 2313

    ପାଟନା: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ପୋଲିସ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ଅଭିଯାନ ଜାରି ରଖିଛି । ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଔରଙ୍ଗାବାଦ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି ।ପୀଡ଼ିତାଙ୍କ ବାପା ଜଣେ ଦିନମଜୁରିଆ। ଘଟଣା ଦିନ ବାପା କାମକୁ ଯାଇଥିଲେ ଏବଂ ମା’ ସାନଭାଇକୁ ନେଇ ଡାକ୍ତରଖାନା ଯାଇଥିଲେ। ନାବାଳିକା ଜଣକ ବିଗତ ୨-୩ ଦିନ ହେବ ଜ୍ଵରରେ ପୀଡ଼ିତ ଥିବାରୁ ଏକାକୀ କୁଟୁମ୍ବା ହସପିଟାଲକୁ ଯାଉଥିଲେ । ପୀଡ଼ିତାଙ୍କ କହିବା ଅନୁଯାୟୀ, ସେ ଚାଲି ଚାଲି ହସପିଟାଲ ଯାଉଥିବା ବେଳେ ଗାଁରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ପଛପଟୁ ଏକ କାର୍ ଆସିଥିଲା। କାର୍‌ରେ ୩ ଜଣ ଯୁବକ ଥିଲେ। ସେମାନେ ଗାଡ଼ି ରଖି କୁଆଡ଼େ ଯାଉଛୁ ବୋଲି ପଚାରିବାରୁ ସେ ଦେହ ଖରାପ ଥିବା ଓ ହସ୍ପିଟାଲ ଯାଉଥିବା କହିଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଜବରଦସ୍ତ କାର୍ ଭିତରକୁ ଟାଣି ନେଇ ପାଟି ବନ୍ଦ କରିଦେଇଥିଲେ, ଯାହାଦ୍ୱାରା ସେ ଚିତ୍କାର କରିପାରିନଥିଲେ। ତାଙ୍କ ମୋବାଇଲ୍ ଫୋନ୍‌ଟିକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ପ୍ରାୟ ୩୫ କିଲୋମିଟର ଦୂର ଅମ୍ବା ବଜାର, ଏନ୍‌ଏଚ୍-୧୩୯ ଦେଇ ଶଙ୍କରପୁର ଆରଓବି ନିକଟସ୍ଥ ଧାୱା ଗାଁ ରାସ୍ତାକୁ ନେଇଯାଇ ସେଠାରେ ଗଣବଳାତ୍କାର ଓ ମାରପିଟ୍ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ଶୁଣିବା ପରେ ନାବାଳିକା ଜଣକ ସେମାନଙ୍କୁ ଜୀବନ ଭିକ୍ଷା କରିଥିଲେ।
    ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଘରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଛାଡ଼ି ଫୋନ୍ ଫେରାଇ ଦେଇ ଫରାର ହୋଇଯାଇଥିଲେ। ପୀଡ଼ିତା ଜଣକ କୌଣସି ମତେ ପରିବାର ଲୋକଙ୍କୁ କଲ୍ କରି ଘରକୁ ଫେରି ସମସ୍ତ ଘଟଣା ଜଣାଇଥିଲେ। ସୋମବାର ଦିନ ପରିବାର ଲୋକଙ୍କ ସହ କୁଟୁମ୍ବା ଥାନାକୁ ଯାଇ ମାମଲା ରୁଜୁ କରାଯାଇଛି। ପରିବାର ଲୋକେ ପୋଲିସକୁ ଏକ ଅଡିଓ ରେକର୍ଡିଂ ମଧ୍ୟ ଦେଇଛନ୍ତି, ଯାହା ଗାଡ଼ି ଭିତରେ ରେକର୍ଡ ହୋଇଥିବା ଦାବି କରାଯାଉଛି। ଏଥିରେ ଭୋଜପୁରୀ ଗୀତ ବାଜିବା ସହ ଅଭିଯୁକ୍ତମାନେ ଅନ୍ୟ ଝିଅମାନଙ୍କୁ ଶିକାର କରିବା କଥା ଆଲୋଚନା କରୁଥିବା ଶୁଣାଯାଉଛି। SIT ଗଠନ, ୨ ଗିରଫଔରଙ୍ଗାବାଦ ଏସପି ଉପେନ୍ଦ୍ରନାଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ସଦର-୧ ଆଦିତ୍ୟ କୁମାରଙ୍କ ନେତୃତ୍ୱରେ ଏକ SIT ଟିମ୍ ଗଠନ କରାଯାଇଛି। ପୋଲିସ ତୁରନ୍ତ ପଦକ୍ଷେପ ନେଇ ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିସାରିଛି। ଫରାର ଥିବା ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook