Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଟକରୁ ଅପହରଣ, ପୁରୀରେ ଦୁଷ୍କର୍ମ

    Share on :
    ajab-Image
    Date: Apr 16, 2026    Views: 2692

    ଭୁବନେଶ୍ୱର: କଟକରୁ ଅପହରଣ, ପୁରୀରେ ଦୁଷ୍କର୍ମ। କଟକରୁ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ପୁରୀରେ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଯାଜପୁର ରୋଡ୍ ଷ୍ଟେସନ୍ ରୁ ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ପରିଡାକୁ ଗିରଫ କରିଛି କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ।
    ପୁରୀର ଏକ ହୋଟେଲରେ ନିଶା ଦେଇ ୪ ଜଣ ସାଙ୍ଗ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ଫେରୁଥିବା ବେଳେ ଷ୍ଟେସନ୍ ରୁ ମାଷ୍ଟରମାଇଣ୍ଡକୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣ ଗିରଫ ହୋଇଥିବା ବେଳେ ଏବେ ବି ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୌମ୍ୟ ରଞ୍ଜନ ପରିଡା, ସତ୍ୟବ୍ରତ ପରିଡା ଓ କୈଳାସ ଚନ୍ଦ୍ର ବେହେରା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook