ମୁଖ୍ୟ ଖବର
ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ପୁଣି ଲଜ୍ଜ୍ୟା। ନିଜର ନାବାଳିକା ଝିଅକୁ ଦୁଷ୍କର୍ମ କଲା ଜନ୍ମକଲା ବାପା । ପିଶାଚ ବାପାକୁ ସୁରାଟରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
ସୂଚନା ଅନୁଯାୟୀ, ପୋଲସରା ଥାନା ଅଞ୍ଚଳରେ ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରି ବାପା ସୁରାଟ ଚାଲିଯାଇଥିଲା। ବାପା ସୁରାଟ ଚାଲିଯିବାପରେ ନାବାଳିକା ଝିଅର ପରିବାର ପକ୍ଷରୁ ଝିଅର ଶାରୀରିକ ପରିବର୍ତ୍ତନ ଦେଖି ପଚାରିଥିଲେ। ସମ୍ପୃକ୍ତ ନାବାଳିକା ଜଣକ ସବୁ ସତ କଥା କହିଥିଲା। ତାପରେ ପରିବାର ପକ୍ଷରୁ ପୋଲସରା ଥାନାରେ ଏତଲା ଦିଆଯାଇଥିଲା। ଏତଲା ପରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ଖବରପାଇ ପୁଲିସ ସୁରାଟ ଯାଇ ପିଶାଚ ବାପାକୁ ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ପୋଲସରା ଥାନାରେ ୧୨୭/୨୬ ରେ ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
Comments ସମସ୍ତ ମତାମତ