ମୁଖ୍ୟ ଖବର
ନୀଳଗିରି: ମାନସିକ ବିକାରଗ୍ରସ୍ତ ଭାଣିଜୀକୁ ଦୁଷ୍କର୍ମ କରି ସମ୍ପର୍କୀୟ ମାମୁଁ ଗିରଫ ହୋଇଛି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ଗରଡ଼ିହି ପଞ୍ଚାୟତର ଏକ ଆଦିବାସୀ ସାହିରେ ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ସୈନିକଙ୍କ ଘରକୁ ପାଖ ଚନ୍ଦ୍ରପୁର ଗାଁର ତଥା ସମ୍ପର୍କୀୟ ମାମୁଁ ମୁନା ଓରଫ ମହେନ୍ଦ୍ର ସିଂ(୩୫) ଗତକାଲି ଅପରାହ୍ନ ୩ଟା ସମୟରେ ଯାଇଥିଲେ। ଯୁବତୀ ଜଣକ ଉପର ତାଲାକୁ ସିଡିରେ ଚଢ଼ୁଥିବା ସମୟରେ ତଥା ଘରେ କେହି ନଥିବା ସୁଯୋଗରେ ଏହି ସମ୍ପର୍କୀୟ ମାମୁ ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲା।
ଏପରିକି ଏହି କଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ପରେ ପୀଡ଼ିତା କନ୍ୟା ଜଣକ ତାଙ୍କ ବାପାଙ୍କୁ ଏ ସମ୍ପର୍କରେ ଜଣାଇଥିଲା। ଏ ନେଇ ରବିବାର ପୀଡିତାର ବାପା ବରହମପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତ ମାମୁଁକୁ ଗତକାଲି ରାତିରେ କୋର୍ଟଚାଲାଣ କରାଯାଇଛି।
Comments ସମସ୍ତ ମତାମତ