Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା: ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

    Share on :
    ajab-Image
    Date: Feb 17, 2026    Views: 2611

    ଯାଜପୁର: ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ନୂଆ ମୋଡ । ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ନାବାଳିକା ରହୁଥିବା ଭଡ଼ା ଘରର ମାତ୍ର କିଛି ଦୂରରୁ ଉଦ୍ଧାର ହୋଇଛି ନବଜାତ । ସ୍ଥାନୀୟ ବାସିନ୍ଦା ଓ ପୋଲିସ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ମେଡିକାଲର ଶିଶୁ ବିଶେଷଜ୍ଞ କହିଛନ୍ତି । ନାବାଳିକା ଜଣକ ଘରୋଇ ମେଡିକାଲରେ ଶିଶୁକୁ ଜନ୍ମ ଦେଇଥିଲେ । ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା ।
    ପୋଲିସର ସୂଚନା ଅନୁସାରେ ବ୍ୟାସନଗର ସହର କୋପଣ୍ଡ ଗାଁର ୭୦ ବର୍ଷୀୟ ପଦ୍ମନାଭ ଶତପଥୀଙ୍କ ଘରେ ନାବାଳିକା କାମ କରୁଥିଲେ । କାମ କରୁଥିବା ବେଳେ ବାରମ୍ବାର ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ନାବାଳିକା ଗର୍ଭବତୀ ହେବା ପରେ ଅଭିଯୁକ୍ତ ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ୍ ର ଏକ ଘରୋଇ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି । ତେବେ ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତ ପଦ୍ମନାଭ ଶତପଥୀଙ୍କ ସହ ସଂପୃକ୍ତ ଘରୋଇ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook