ମୁଖ୍ୟ ଖବର
ବେଙ୍ଗାଲୁରୁ: ବଳାକ୍ରାର ପରେ ଥକିକି ଶୋଇପଡ଼ିବା କୌଣସି ଭାରତୀୟ ନାରୀର ଲକ୍ଷଣ ନୁହେଁ । ବଳାକ୍ରାର ପରେ କୋଉ ନାରୀ ଏଭଳି ପ୍ରତି୍ରକି୍ରୟା କରି ନଥାଏ । କର୍ଣ୍ଣାଟକ ହାଇକୋର୍ଟ ବଳାକ୍ରାର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏଭଳି ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ନ୍ୟାୟମୂର୍ତ୍ତିଙ୍କର ଏଭଳି ନାରୀ ବିରୋଧୀ ବୟାନକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ଏହି ଟିପ୍ପଣୀ ପରେ କୋର୍ଟ ବଳାକ୍ରାର ଅଭିଯୁକ୍ତକୁ ଅନ୍ତରୀଣ ଜାବିନ ମଧ୍ୟ ପ୍ରଦାନ କରିଛନ୍ତି ।ସୂଚନା ମୁତାବକ, ଏକ ଘରୋଇ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ତାଙ୍କର ପୁରୁଷ ସହକର୍ମୀଙ୍କ ବିରୋଧରେ ବଳାକ୍ରାର ଅଭିଯୋଗ ଆଣିଥିଲେ । ଅଭିଯୁକ୍ତ ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କୁ ବଳାକ୍ରାର କରିଥିବା ସେ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ବିଭିନ୍ନ ଅପରାଧୀକ ଧାରା ଅଧୀନରେ ତାଙ୍କୁ ଗିରଫ କରିଥିଲା । ପରେ ଅଭିଯୁକ୍ତ ଜଣଙ୍କ ସ୍ଥାନୀୟ ଅଦାଲତରେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଜାମିନ ନା ମଞ୍ଜୁର ହେବାରୁ ଅଭିଯୁକ୍ତ ଜଣକ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ କହିଥିଲେ, ବଳାକ୍ରାର ଅଭିଯୋଗ ଆଣିଥିବା ମହିଳା ଜଣକ ଏହା କାହିଁକି କହୁନାହାନ୍ତି ଯେ, ସେ ରାତି ୧୧ଟାରେ କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ସେ ଅଭିଯୁକ୍ତଙ୍କ ସହ ମଦ୍ୟପାନ କରିଥିଲେ । ସକାଳ ପର୍ଯ୍ୟନ୍ତ ତାଙ୍କ ସହ ରହିଥିଲେ । ଏପରିକି ବଳାକ୍ରାର ପରେ ମହିଳା ଜଣକ କିଭଳି ଥକିକି ଶୋଇପଡ଼ିଲେ ଏ ନେଇ ମଧ୍ୟ କୋର୍ଟ ଆପତ୍ତି ପ୍ରକାଶ କରିଛନ୍ତି ।
Comments ସମସ୍ତ ମତାମତ