Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାନ୍ୟା ରାଓଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡ

    Share on :
    ajab-Image
    Date: Jul 17, 2025    Views: 3273

    ନୂଆଦିଲ୍ଲୀ: କନ୍ନଡ  ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଏକ ବଡ଼ ଝଟକା ଲାଗିଛି । ସୁନା ଚୋରା ଚାଲାଣ ମାମଲାରେ ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ବୈଦେଶିକ ବିନିମୟ ସଂରକ୍ଷଣ ଏବଂ ଚୋରା ଚାଲାଣ କାର୍ୟ୍ୟକଳାପ ନିରାକରଣ ଅଧିନିୟମ ଅଧୀନରେ ପରାମର୍ଶଦାତା ବୋର୍ଡ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଏକ ବର୍ଷର କାରାଦଣ୍ଡ ସମୟରେ ରାନ୍ୟାଙ୍କୁ ଜାମିନ ମିଳିପାରିବ ନାହିଁ । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ମାର୍ଚ୍ଚ ୩ରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାନ୍ୟା ରାଓଙ୍କୁ ଗିରଫ କରିଥିଲେ । ରାନ୍ୟାଙ୍କ ନିକଟରୁ ଦୁବାଇରୁ ଅଣାଯାଇଥିବା ପ୍ରାୟ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ ।ଏହାପରେ ରାନ୍ୟାଙ୍କ ବାସଭବନରେ ଚଢ଼ାଉ କରାଯାଇ ୨.୦୬ କୋଟି ଟଙ୍କାର ସୁନା ଅଳଙ୍କାର ଏବଂ ୨.୬୭ କୋଟି ଟଙ୍କା ନଗଦ ଜବତ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ରାନ୍ୟା ୨୦୨୩ ରୁ ୨୦୨୫ ମଧ୍ୟରେ ୩୪ ଥର ଏକାକୀ ଦୁବାଇ ଯାତ୍ରା କରିଥିଲେ । ଏହି ମାମଲାରେ ତାଙ୍କ ସହଯୋଗୀ ତରୁଣ କୋଣ୍ଡୁରୁ ରାଜୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook