Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ବଲିଉଡରେ ବାଜିବ ଶାହାନାଇ, ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର ଆଲିଆ

    Share on :
    ajab-Image
    Date: Sep 27, 2021    Views: 5696

    ମୁମ୍ବାଇ:  ବିବାହ ବନ୍ଧନରେ ବାନ୍ଧିହେବେ ରଣବୀର ଆଲିଆ ।  ଆଲିଆଙ୍କ ହାତରେ ଲାଗିବ ରଣବୀର କପୁରଙ୍କ ନାଁ’ର ମେହେନ୍ଦି  ।  ଏହି ଷ୍ଟାର ପେୟାର ବର୍ତ୍ତମାନ ଏକାଠି ହେବାକୁ ଯାଉଛିନ୍ତି । ପୂର୍ବରୁ ମଧ୍ୟ ଉଭୟଙ୍କ ବିବାହକୁ ନେଇ ବହୁ ଥର ଚର୍ଚ୍ଚା ହୋଇଥିବା ବେଳେ ଏଥର କିନ୍ତୁ ବିବାହ  ଫାଇନାଲ କରିବାକୁ ଉଭୟ ଯୋଧପୁର ଯାଇଥିବା ଶୁଣିବାକୁ  ମିଳୁଛି । ଆସନ୍ତା ୨୯ ତାରିଖରେ ରଣବୀର କପୁର ନିଜ ୩୯ତମ ଜନ୍ମଦିନ ପାଳନ କରିବେ । ଏଥି ନିମନ୍ତେ ଏହି ପ୍ରେମ ପକ୍ଷୀ ଏବେ ଯୋଧପୁରରେ ପହଞ୍ଚିଛନ୍ତି ବୋଲି ସୂଚନା ମିଳିଛି । ଯୋଧପୁରରେ ଉଭୟ ହାତ ଧରାଧରି ହୋଇଥିବା ଫଟୋ ଭାଇରାଲ ହେବା ପରେ, ଏହା ପଛରେ ଏକ ବଡ କାରଣ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ ଉଭୟଙ୍କ ପକ୍ଷରୁ କିଛି ଅଫିସିଆଲି ଘୋଷଣା କରାଯାଇ ନାହିଁ ।

    ନିଜ ବିବାହ ସମ୍ପର୍କିତ ଏକ ପ୍ରଶ୍ନରେ ଗତବର୍ଷ ରଣବୀର କହିଥିଲେ ଯେ,  ଯଦି କରୋନା ଭାଇରସ୍ ମହାମାରୀ ଆସିନଥାନ୍ତା, ତାହେଲେ ଏପର୍ଯ୍ୟନ୍ତ ବିବାହ ସରିଯାଇଥାନ୍ତା । ଆଲିୟାଙ୍କ ସହ ବିବାହ ଖବରକୁ ନେଇ ରଣବୀର କହିଥିଲେ, ଯଦି ମହାମାରୀ ଆମ ଜୀବନରେ ପ୍ରବେଶ କରିନଥାନ୍ତା, ତାହେଲେ ଏପର୍ଯ୍ୟନ୍ତ ଆମର ବିବାହ ସରନ୍ତାଣି । କିନ୍ତୁ ଏବେ ମୁଁ ଏହା ଉପରେ କିଛି ବି କହି ନିଜକୁ ଦୁର୍ଭାଗ୍ୟ ମନେ କରିବାକୁ ଚାହେଁ ନାହିଁ । କିନ୍ତୁ ଖୁବଶୀଘ୍ର ମୁଁ ନିଜର ଏହି ଲକ୍ଷ୍ୟ  ପୂରଣ କରିବି ।
    ସୂଚନା ମୁତାବକ, ୨୦୧୭ରୁ ଆଲିଆ ଏବଂ ରଣବୀର ରିଲେସନ୍ସିପ୍ରେ ଅଛନ୍ତି । ଉଭୟ ପରସ୍ପରର ପରିବାର ସହିତ ମଧ୍ୟ ବହୁତ ଭଲ ସମ୍ପର୍କ ରଖିଛନ୍ତି । ତେବେ ଯୋଧପୁରର ଟ୍ରିପର ପ୍ରକୃତ କାରଣ କ’ଣ ତାହା ଆଗାମି ଦିନରେ ଜଣାପଡିବ ।

     

    ଆରମ୍ଭ ହେଲା ବିଧାନସଭା
    ଭୁବଷନଶ୍ୱର: ବୁଧବାର ଠାରୁ ଆରମ୍ଭ ହୋଇଛି  ବିଧାନସଭାର ଶୀତ ଅଧିବେଶନ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ କଟକଣା ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି ।  ପ୍ରଥମ ଦିନରେ ସକାଳ ୧୧ଟାରୁ ଗୃହ କାର୍ୟ୍ୟ ଆରମ୍ଭ ହୋଇଛି  । ୨୬ ଦିନିଆ କାର୍ୟ୍ୟଦିବସରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ପାରିତ ହେବ । ଦିନକୁ ୫ ଘଣ୍ଟା ପର୍ୟ୍ୟନ୍ତ ଗୃହ କାର୍ୟ୍ୟ ଚାଲିବ । ସକାଳ ସାଢ଼େ ୧୦ରୁ ଦିନ ସାଢ଼େ ୧ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଗୃହ ଚାଲିବ ।  ପ୍ରାରମ୍ଭିକ ଦିନରେ ଦିବଂଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ । ତାଙ୍କ ସମ୍ମାନରେ ଗୃହ କାର୍ୟ୍ୟ ସେଦିନ ଅପରାହ୍ନ ୫ଟା ପର୍ୟ୍ୟନ୍ତ ମୁଲତବୀ ରହିବ । ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ   ୧୯ ହଜାର କୋଟିରୁ ଅଧିକ ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡିଛି ।  ବ୍ୟୟ ମଞ୍ଜୁରୀ ବିଲ୍‌ ଉପରେ ଆସନ୍ତା ୧୦ ତାରିଖରେ ହେବ ଆଲୋଚନା ।  ଏହି ଅଧିବେଶନରେ ନିୟମିତ ଭାବେ ଉଭୟ ତାରକା ଓ ଅଣତାରକା ଚିହ୍ନିତ ପ୍ରଶ୍ନମାନଙ୍କର ଉତ୍ତର ରଖାଯିବ ।                       

    ଗୃହରେ ମୁଲତବୀ ପ୍ରସ୍ତାବ ମଧ୍ୟ ବିରୋଧୀ ଦଳ ତରଫରୁ ଆଗତ କରାଯାଇପାରିବ । କୋଭିଡ କଟକଣାରେ ପୂର୍ବ ଅଧିବେଶନ ଭଳି ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା ରହିବ ।  ବିଧାନସଭାରେ ପ୍ରବେଶ ପାଇଁ ବିଧାୟକ, ତାଙ୍କ ଡ୍ରାଇଭର ଓ ସୁରକ୍ଷା କର୍ମୀ  ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ହସ୍ତଗତ ସମସ୍ତ ରିପୋର୍ଟ ନେଗେଟିଭ ଥିବା ଜଣାପଡ଼ିଛି ।

    Maximum 500 characters

    ସିନେମା View all

    Find Us on Facebook