Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    କରୋନାରେ ୭୫ କୋଟି ଆୟକଲେ ରଣବୀର

    Share on :
    ajab-Image
    Date: Feb 8, 2021    Views: 5060

    ବଲିଉଡ ଅଭିନେତା ରଣବୀର ସିଂହ ଇଣ୍ଡଷ୍ଟି୍ରର ସବୁଠୁ ବ୍ୟସ୍ତ କଳାକାର । ନୂଆ ପିଢ଼ିର ଅଭିନେତାଙ୍କ ମଧ୍ୟରେ ରଣବୀର ଏକମାତ୍ର ଅଭିନେତା ଯାହାଙ୍କ ପାଖରେ ସବୁଠୁ ଅଧିକ ଫିଲ୍ମ ରହିଛି । କରୋନା ମହାମାରୀ ପାଇଁ ରଣବୀର ଅଧିକାଂଶ ଫିଲ୍ମ ଅଧାରେ ଅଟକି ରହିଛି । ଏହି ସମୟରେ ରଣବୀରଙ୍କ ସମ୍ପର୍କରେ ଆଉ ଏକ ଗୋଟିଏ କଥା ପ୍ରକାଶ ପାଇଛି ଯେ, କରୋନା ଲକଡାଉନ ସତ୍ତ୍ୱେ ସେ ୭୫ କୋଟି ଟଙ୍କା ଆୟ କରି ପାରିଛନ୍ତି । କରୋନା ମହାମାରୀ ସମୟରେ ରଣବୀର ୯ଟି ବ୍ରାଣ୍ଡ ସହିତ ଚୁକ୍ତିବଦ୍ଧ ହୋଇଥିଲେ । ଏହି ବ୍ରାଣ୍ଡ ଗୁଡ଼ିକୁ ପ୍ରମୋଟ କରିବା ପାଇଁ ସେ ପାଖାପାଖି ୭ ରୁ ୧୨ କୋଟି ଟଙ୍କା ନେଇଥିଲେ । ଏଠାରେ ପ୍ରକାଶ ଥାଉ କି ରଣବୀର ଏଯାବତ ୩୪ଟି ବ୍ରାଣ୍ଡର ଆମ୍ବାସଡର ଅଛନ୍ତି । ରଣବୀରଙ୍କ ପାଖରେ ୮୩ ଭଳି ବିଗ ବଜେଟର ଫିଲ୍ମ ମଧ୍ୟରହିଛି ।

    Maximum 500 characters

    ସିନେମା View all

    Find Us on Facebook