Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ

    Share on :
    ajab-Image
    Date: Sep 13, 2023    Views: 4008

    ଭୁବନେଶ୍ବର : ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ। ଆସିକା ନିର୍ବାଚନ ମଣ୍ଡଳୀର ସଦସ୍ୟ, କବିସୂର୍ୟ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ଆଜି ବିଜେପି ଦଳ ଛାଡିବା ପରେ ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ରଞ୍ଜନ ପଲେଇ ରାଜ୍ୟ ବିଜେପି କାର୍ୟ୍ୟକାରିଣୀ ସଦସ୍ୟ ଥିଲେ । କବିସୂର୍ୟ୍ୟନଗରର ଜଣେ ଦକ୍ଷ ସଙ୍ଗଠକ ଭାବେ ପରିଚିତ ରଞ୍ଜନ ପଲାଇ ଦଳୀୟ ବିଶୃଙ୍ଖଳା ସହିତ ରାଜ୍ୟ ବିଜେପି ସଭାପତିଙ୍କ ନୈରାଶ୍ୟଜନକ ମନ୍ତବ୍ୟକୁ ବିରୋଧ କରି ଦଳ ଛାଡିଛନ୍ତି । ଆଜି ସେ ବିଜେଡିରେ ଯୋଗ ଦେଇଥିବା ବେଳେ ତାଙ୍କୁ ବିଜେଡିକୁ ସ୍ୱାଗତ କଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ।
    ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ରଞ୍ଜନ ଆଜି ଘରକୁ ଫେରିଛନ୍ତି। ସେମାନେ ବୁଝିଲେ ଯେ ନବୀନ ପଟ୍ଟନାୟକ ହି ରାଜ୍ୟ ଓ ଗଞ୍ଜାମର ବିକାଶ କରି ପାରିବେ। ରଞ୍ଜନଙ୍କୁ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଣିଛନ୍ତି। ବିଜେଡି ଏକ ମାତ୍ର ଦଳ ଯିଏ ଓଡ଼ିଶା ପାଇଁ କାମ କରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ମୋ ପରିବାର। ଏଣୁ ବିଜେଡି ସର୍ବଦା ଓଡ଼ିଶାବାସୀଙ୍କ ପାଇଁ କାମ କରିଚାଲିଛି ଏବଂ ଆଗକୁ କରୁଥିବ।

    ତେବେ ରଞ୍ଜନ ପଲେଇ ବିଜେଡିରେ ମିଶିବା ପରେ କହିଛନ୍ତି ମତେ ବିଜେଡିରେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବି। ବିଶାଳ ହୃଦୟ ରଖି ସେ ମତେ ଗ୍ରହଣ କରିଛନ୍ତି।ବିଜେଡି ନୀତି ଆଦର୍ଶ ଓ ଓଡ଼ିଶା ଉନ୍ନତିରେ ମୋର ସହଯୋଗ ରହିବ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook