ମୁଖ୍ୟ ଖବର
ନିମାପଡ଼ା: ପୁଣି ଚର୍ଚ୍ଚାରେ ଯାତ୍ରା ମାଲିକାଣୀ ରାଣୀ ପଣ୍ଡା । ପାର୍ଟିରେ କାମ କରିବା ପରେ ପାପ୍ୟ ମିଳୁନଥିବା କିଛି କଳାକାର ଅଭିଯୋଗ କରିଛନ୍ତି । ଏନେଇ ସେମାନେ ନିମାପଡ଼ା ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ତଦନ୍ତ ଜାରି ରଖିଛି ।
ନିମାପଡ଼ା ବ୍ଲକ୍ ଓଳିକଣା ଗ୍ରାମର ସୁଧାଂଶୁ ଦାସ ଅଭିଯୋଗ କରିଛନ୍ତି, ତାଙ୍କ ସାଥୀ କଳାକାରଙ୍କୁ ଯାତ୍ରା ନାଟ୍ୟମଣ୍ଡପ ପାର୍ଟିର ମାଲିକାଣୀ ପୁଷ୍ପଲତା ପଣ୍ଡା ଓରଫ ରାଣୀ ପଣ୍ଡା ପାର୍ଟିରେ ଡ୍ୟାନ୍ସ ଗ୍ରୁପ୍ ନୃତ୍ୟ ପାଇଁ ନେଇଥିଲେ । ୧୧ଟି ଯାତ୍ରାରେ ଅଭିନୟ ପରେ ବି ପାରିଶ୍ରମିକ ଦେଇନଥିଲେ ରାଣୀ । ଟଙ୍କା ମାଗିବାରୁ କଳାକାରଙ୍କୁ ଅଶ୍ଲୀଳ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ ।
Comments ସମସ୍ତ ମତାମତ