Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରଣେନ୍ଦ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼

    Share on :
    ajab-Image
    Date: May 23, 2026    Views: 3204

    ତିଗିରିଆ: କଟକ ଜିଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସୁଥିବାବେଳେ ପାଞ୍ଚଗଁା ଛକରେ ତାଙ୍କୁ ବିରୋଧ କରାଯାଇଛି। କେତେଜଣ ଭାଜପା କର୍ମୀ ବିଧାୟକଙ୍କୁ ବିରୋଧ କରି ସ୍ଲୋଗାନ୍‌ ଦେବା ସହ ତାଙ୍କ ଗାଡ଼ିକୁ ଅଣ୍ଡା ଓ ପାଣି ବୋତଲ ମାଡ଼ କରିଥିଲେ। ଏପରିକି ଠେଙ୍ଗା ଧରି ବିରୋଧ କରିଥିଲେ। ଏନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ଉପସ୍ଥିତିରେ ଏ ସମସ୍ତ ଘଟଣା ଘଟିଥିବାରୁ ବିଜେଡି କର୍ମୀମାନେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେମାନେ ମୁଖ୍ୟମନ୍ତ୍ରୀ, ପୋଲିସ ପ୍ରଶାସନ ବିରୋଧରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସ୍ଲୋଗାନ୍‌ ଦେଇଥିଲେ। ଏହି ଘଟଣା ତିଗିରିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
    ତିଗିରିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ହେଉଥିବା ବୈଠକରେ ଯୋଗଦେବାକୁ ବିଧାୟକ ସ୍ବାଇଁ ନିଜ ସମର୍ଥକଙ୍କ ସହ ନୂଆ ସଡ଼କ ଛକରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଆସୁଥିଲେ। ପାଞ୍ଚଗାଁ ହନୁମାନ ମନ୍ଦିର ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା କେତେଜଣ ଯୁବକ ହାତରେ ରାଜା ମିଆଁ ପୋଷ୍ଟର ଧରି ବିଭିନ୍ନ ସ୍ଲୋଗାନ୍‌ ଦେବାସହ ବିଧାୟକଙ୍କ ଗାଡିକୁ ବୋତଲ ଓ ଅଣ୍ଡାମାଡ଼ କରିଥିଲେ। ତିଗିରିଆ ଆଇଆଇସି ରମାକାନ୍ତ ନାୟକ ପହଞ୍ଚତ୍ ବିଧାୟକଙ୍କୁ ଉକ୍ତ ସ୍ଥାନରୁ ସୁରକ୍ଷିତ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ନେଇଥିଲେ। ଘଟଣାରେ ଉତ୍ତ୍ୟକ୍ତ ବିଜେଡି କର୍ମୀ ଏସ୍‌ଡିପିଓ ବିଶ୍ୱଜିତ ମହାନ୍ତିଙ୍କ ସହ ଆଲୋଚନା କରିବା ବେଳେ କିଛିଟା ଉଚ୍ଚବାଚ ହୋଇଥିଲା। ପରେ ବିଜେଡି କର୍ମୀମାନେ ମୁଖ୍ୟମନ୍ତ୍ରୀ, ଭାଜପା ସରକାର ଓ ପୋଲିସ ପ୍ରଶାସନ ବିରୋଧରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସ୍ଲୋଗାନ୍‌ ଦେଇଥିଲେ। ଏସ୍‌ଡିପିଓ ମହାନ୍ତି ସେଠାରେ ପହଞ୍ଚତ୍ ବିଜେଡି କର୍ମୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏ ନେଇ ସ୍ଥାନୀୟ ବିଜେଡି କର୍ମୀ ଚିନ୍ମୟ ସେଠ ତିଗିରିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଭାଜପା କର୍ମୀ ବିଧାୟକଙ୍କ ଗାଡିକୁ ଏସିଡ୍‌ ଓ ଅଣ୍ଡା ମାଡ଼ କରିଥିଲେ। ସୌଭାଗ୍ୟବଶତଃ ବିଧାୟକ ରକ୍ଷାପାଇଯାଇଥିଲେ। ଏହି ଘଟଣାକୁ ଚିନ୍ମୟ ବିରୋଧ କରିବାରୁ ଭାଜପା କର୍ମୀମାନେ ତାଙ୍କୁ ମଧ୍ୟ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ତିଗିରିଆ ଥାନାରେ ମାମଲା (ନଂ. ୧୫୪/୨୬) ରୁଜୁ ହୋଇଥିବା ଆଇଆଇସି ନାୟକ କହିଛନ୍ତି।
    ସାରେ ବିଜେଡି ପକ୍ଷରୁ ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସାରାଣୀ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଜିଲା ଗ୍ରାମାଞ୍ଚଳ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଉପରୋକ୍ତ ଏତଲାର ନକଲ ପ୍ରଦାନ କରିଥିଲେ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ପି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ଟାଙ୍ଗୀ ବ୍ଲକରେ ଅରିନ୍ଦମଙ୍କ ଘଟଣାକୁ କେନ୍ଦ୍ରକରି ଏପରି ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି।

    Maximum 500 characters

    ରାଜନୀତି View all

    Find Us on Facebook