ମୁଖ୍ୟ ଖବର
ଭୁବନେଶ୍ୱର: ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା। ସମୟକୁ ଅପେକ୍ଷା କରିଥିଲି, ପ୍ରତିଶୋଧ ନେଲି। କ୍ରସ୍ ଭୋଟିଂ ନେଇ ଏମିତି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା। ଆଜି ପ୍ରେସମିଟରେ ସେ କହିଛନ୍ତି, ବିଜେଡି ଯେଉଁ ହଇରାଣ କରିଛି, ଯିଏ ପ୍ରକୃତ କଂଗ୍ରେସ ଲୋକ ସେ ଭୁଲିପାରିବନି।
ମୋ ବିରୋଧରେ ଓ ମୋ ୮୫ ବର୍ଷର ବାପାଙ୍କ ନାଁରେ ବି ମାମଲା କଲେ। ବିବେକ କହିଲା ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବିନି।ଏଥିସହ ନାଁ ନନେଇ ପିସିସି ସଭାପତିଙ୍କୁ ବି ପ୍ରେସମିଟରେ ନିଶାନା କରିଛନ୍ତି ରମେଶ ଜେନା। କହିଛନ୍ତି, ପୁଅ ଭୋଟ ଦେବା ବେଳେ ବାପା ଏଜେଣ୍ଟ ରହିବା କଥା କି ? ପୁଅ କାହାକୁ ଭୋଟ୍ ଦେଲା ବାପା କଣ ସତ କହିବେ କି ? ସେହିପରି କଂଗ୍ରେସର ଆଉ ୨ଟି ଭୋଟ୍ ଦିଲ୍ଲୀପ ରାୟଙ୍କୁ ଯାଇଛି କହି ନୂଆ ଖୁଲାସା କରିଛନ୍ତି ରମେଶ ଜେନା। ୨୦୨୪ରେ ନୂଆପଡ଼ାରେ ଘାସିରାମଙ୍କୁ କିଏ ସ୍ବାଧୀନ ପ୍ରାର୍ଥୀ କରିଥିଲା ଓ ଫାଇନାନ୍ସ କରିଥିଲା ? ଶରତ ପଟ୍ଟନାୟକଙ୍କୁ ହରାଇ ବଦନାମ କରିବାକୁ ଚେଷ୍ଟା କରାଯାଇଥିବା କହି ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି। ରମେଶ ଜେନାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟାରେ ଭକ୍ତ ଦାସ କହିଛନ୍ତି, ରାଜନୀତିରେ ଶତ୍ରୁତା ଥାଏ। ଏହାର ମାନେ ନୁହେଁ ହାଇକମାଣ୍ଡଙ୍କ ନିଷ୍ପତ୍ତିରୁ ଓହରିଯିବା। ପୁଅ ଭୋଟ୍ ଦେବା ବେଳେ AICC ପ୍ରଭାରୀ ଏଜେଣ୍ଟ ଥିଲେ।
Comments ସମସ୍ତ ମତାମତ