Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପବିତ୍ର ରାମନବମୀ: ଜାଣନ୍ତୁ, କେମିତି କରିବେ ରଘୁନନ୍ଦନଙ୍କ ପୂଜା

    Share on :
    ajab-Image
    Date: Mar 15, 2023    Views: 2736

    ଭୁବନେଶ୍ୱର: ରାମନବମୀ ଅବସରରେ ଉତ୍ସବ ମୁଖର ହୋଇଉଠେ ଗାଁ ଠାରୁ ସହର । ଘରେ ଘରେ ପୂଜା ସାଙ୍ଗକୁ ମେଲଣ ଓ ରାମଲୀଳାରେ କମ୍ପିଉଠେ ଗାଁ । ବ୍ରତ ଉପବାସ ଓ ଯାତ୍ରାର ମଜା ନେବା ସହ ଝଲସି ଉଠେ ପରିବେଶ । ଏହି ଦିନରେ ଲୋକେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ ପାଳନ କରିଥାନ୍ତି । ରାମନବମୀର ପବିତ୍ରତା ହେଉଛି ଏହି ଦିନରେ ଧରାପୃଷ୍ଠରୁ ପାପର କ୍ଷୟ କରିବାକୁ ଧରାପୃଷ୍ଠକୁ ଓହ୍ଲାଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ । ପ୍ରତିବର୍ଷ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମନବମୀ ପାଳିତ ହୁଏ । ପ୍ରଭୁ ରାମ ଥିଲେ ଧର୍ମର ପ୍ରତୀକ । ବିଶ୍ୱରେ ଧର୍ମ ଓ ଏକତାର କରିଥିଲେ ସ୍ଥାପନା । ଧର୍ମସ୍ଥାପନ କରିବା କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଭୁ ରାମଚନ୍ଦ୍ରଙ୍କର ଅନେକ ପ୍ରତୀମା ରାଜ୍ୟ ତଥା ଦେଶର ପ୍ରତି ଘରେ ଘରେ ପୂଜା ପାଇଥାଏ । କୁହାଯାଏ କି, ଶ୍ରରାମଙ୍କୁ ଆରାଧନା ଓ ଘରେ ରାମ ନାମ ଶବ୍ଦ ଉଚ୍ଚାରଣ ଯୋଗୁଁ ମନ ପବିତ୍ର ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହାସହିତ ଦାମ୍ପତ୍ୟ ଜୀବନ ମଧ୍ୟ ଶାନ୍ତି ପୂର୍ଣ୍ଣ ହୋଇଥାଏ । ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା । ସେଥିପାଇର୍ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ନେଇ ସାରା ଦେଶ ଉତ୍ସବମୁଖର । ସବୁଆଡେ଼ ଭକ୍ତି ଭାବର ମାହୋଲ ଦେଖିବାକୁ ମିଳିଥାଏ । ରାମନାମ ଧ୍ୱନିରେ ଚତୁର୍ଦ୍ଦିଗ କମ୍ପି ଉଠିଥାଏ । 

    କେମିତି କରିବେ ପୂଜା: 
    - ସକାଳୁ ଉଠି ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରନ୍ତୁ । 
    - ପୂଜାସ୍ଥଳକୁ ଶୁଦ୍ଧ କରିବା ପରେ ପୂଜା ଆରମ୍ଭ କରନ୍ତୁ । 
    - ହାତରେ କୁଶବଟୁ ପିନ୍ଧି ବ୍ରତର ସଂକଳ୍ପ ନିଅନ୍ତୁ । 
    - ପ୍ରଭୁ ରାମଙ୍କ ପୂଜା ଆରମ୍ଭ କରନ୍ତୁ । 
    - ପୂଜାରେ ଗଙ୍ଗାଜଳ, ପୁଷ୍ପ, ଫଳ, ମିଷ୍ଟାନ ଆଦି ଅର୍ପଣ କରନ୍ତୁ । 
    - ରୋଲି, ଚନ୍ଦନ, ଧୂପ, ଦୀପ ଆଦିରେ ଷୋଡଶ ଉପଚାର ପୂଜନ କରନ୍ତୁ । 
    - ତୁଳସୀ ପତ୍ର ଓ ପଦ୍ମ ଫୁଲ ପ୍ରଭୁ ରାମଙ୍କୁ ଅର୍ପିତ କରନ୍ତୁ ।
    - ପୂଜା କରିବା ପରେ ରାମଚରିତମାନସ, ରାମାୟଣ ଓ ରାମ ରକ୍ଷା ସ୍ରୋତ ଆଦି ପାଠ କରନ୍ତୁ । 
    - ପୂଜା ସମାପନ ପୂର୍ବରୁ ପ୍ରଭୁ ରାମଙ୍କ ଆଳତୀ କରନ୍ତୁ । 

    ରାମନବମୀ ବ୍ରତର ମହତ୍ତ୍ୱ:
    ଅଯୋଧ୍ୟା ନରେଶ ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ପୁତ୍ର ତଥା ଭଗବାନ ଅଯୋଧ୍ୟା ନରେଶ ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ପୁତ୍ର ତଥା ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରକୁ ଭଗବାନ ରାମଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ  । ଏହି ଶୁଭ ମୂହୁର୍ତ୍ତକୁ ଭକ୍ତମାନେ ରାମନବମୀ ରୂପେ ପାଳନ କରିଥାନ୍ତି  । ପବିତ୍ର ନଦୀରେ ସ୍ନାନ କରି ପୂଣ୍ୟର ଭାଗିଦାରୀ ହୋଇଥାନ୍ତି  । ଭଗବାନ ଶିବଙ୍କ ଉପାସକମାନେ ମଧ୍ୟ ଏହି ପବିତ୍ର ପର୍ବକୁ ବ୍ୟାପକ ରୂପେ ମନାଇଥାନ୍ତି  । ମାନ୍ୟତା ଅଛି ଯେ, ରାମ ନବମୀ ଦିନ ଭଗବାନ ରାମ ଓ ମା' ଭଗବତୀଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ଦ୍ୱାରା ମନୋବାଞ୍ଛା ଫଳ ପ୍ରାପ୍ତ ହୋଇଥାଏ  । ଏବଂ ସମସ୍ତ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ  ।  

    Maximum 500 characters

    ବିଶେଷ View all

    Find Us on Facebook