Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରାମ ନବମୀ: ପୂଜା ସମୟରେ ଜପ କରନ୍ତୁ ଏହି ମନ୍ତ୍ର ଦାମ୍ପତ୍ୟ ଜୀବନରେ ବଜାୟ ରହିବ ସୁଖ ଶାନ୍ତି

    Share on :
    ajab-Image
    Date: Mar 14, 2023    Views: 3271

    ନୂଆଦିଲ୍ଲୀ: ହିନ୍ଦୁ ମାନଙ୍କର ଏକ ବଡ଼ ପବିତ୍ର ପର୍ବ ହେଉଛି ରାମ ନବମୀ  । ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିକୁ ରାମ ନବମୀ ଭାବେ ପଳନ କରାଯାଏ  । ଆଉ କୁହାଯାଏ ଏହି ତିଥିରେ ପ୍ରଭୁ ରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ  । ଶ୍ରୀରାମଙ୍କ ଜନ୍ମ କର୍କଟ ଲଗ୍ନରେ ହୋଇଥିଲା ବୋଲି ବିଶ୍ୱାସ ରହିଛି  । କୁହାଯାଏ ଆଜିର ଦିନରେ ପ୍ରଭୁ ରାମଙ୍କର ପୂଜା କରାଯାଏ ତେବେ ଜୀବନର ବହୁ ବାଧାବିଘ୍ନ ଦୂର ହୋଇଥାଏ  । ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ପ୍ରଭୁ ରାମଙ୍କର ଆରାଧନା କରିବା ନିହାତି ଆବଶ୍ୟକ  ।  ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କୌଣସି ସମସ୍ୟା ଲାଗି ରହୁଥାଏ  ।

    ତେବେ ସୁଖଶାନ୍ତି ପାଇଁ  ପ୍ରଭୁ ରାମଙ୍କ ସାମ୍ନା ରେ ବସି “ହିଂ ରାମାୟ ନମଃ” ୧୦୮ ଥର ଜପ କରନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ସେହିପରି ପ୍ରଭୁ ଶ୍ରୀରାମଙ୍କୁ ନେଇ ଅନେକ କଥା ରହିଛି  । କୁହାଯାଏ ଆଣଙ୍କର ଯଦି ଆର୍ଥିକ ସ୍ଥିତି ସୁଦୃଢ଼ ନରହିଛି ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ରାମ ନବମୀ ଦିନ ରାମ ଚରିତ ମାନସର ‘ଜେ ସକାମ ନର ସୁନାହି ଜେ ଗବାହୀ, ସୁଖ ସମ୍ପତ୍ତି ନାନା ବିଧି ପାବହି’ ଏହି ମନ୍ତ୍ରଟିକୁ ୧୦୮ ଥର ଜପ କରନ୍ତୁ ଦେଖିବେ ସବୁକିଛି ଆପଣଙ୍କର ଠିକ୍‌ ହୋଇଯିବ  । ଏପରି ଶ୍ରୀରାମଙ୍କୁ ନେଇ ଅନେକ କିଛି କଥା ରହିଛି  ।

    Maximum 500 characters

    ବିଶେଷ View all

    Find Us on Facebook